ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ କରାଯାଇଛି। ନିୟମିତ ବ୍ୟବଧାନରେ ବଢ଼ି ଚାଲିଥିବା ତୈଳ ଦର ବୃଦ୍ଧିକୁ ବିଜୁ ଯୁବ ଛାତ୍ର ଜନତା ଦଳ ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହା ଗରିବ ମାରଣ ଓ ମଧ୍ୟବିତ୍ତ ଶୋଷଣ ନୀତି ବୋଲି ଅଭିଯୋଗ ହୋଇଛି। ମାଷ୍ଟରକ୍ୟାଣ୍ଟିନ ଛକରେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ସାଙ୍ଗକୁ ପଥପ୍ରାନ୍ତ ସଭା କରାଯାଇଛି।

ଗତ ୩ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୯ଥର ବୃଦ୍ଧି ହୋଇଥିବା ଅଭିଯୋଗ ବୋଇଛି। ରାଜଧାନୀରେ ଏବେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଟପି ଥିବାବେଳେ ଡିଜେଲ ଦର ୬୬ଟଙ୍କା ଟପିଛି।