୨୯ ଜିଲ୍ଲା ପାଇଁ ବିଜେଡି ସଭାପତି ନାଁ ଘୋଷଣା: ୯ ନୂଆଁ ମୁହଁ

ଭୁବନେଶ୍ୱର: ବିଜେଡିର ୩୨ଟି ସାଂଗଠନିକ ଜିଲ୍ଲାରୁ ୨୯ଟି ପାଇଁ ବୁଧବାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ୨୯ଟିରୁ ୨୦ଟି ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରହିଛନ୍ତି। ୯ଟି ଜିଲ୍ଲାରେ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ନୂଆଁ ମୁହଁ। ତେବେ ୩ଟି ସାଂଗଠନିକ ଜିଲ୍ଲା ସଭାପତି ମନୋନୟନ ହୋଇନାହିଁ। ଏଥିପାଇଁ ନିର୍ବାଚନ ଅଧିକାରୀମାନେ ଅଧିକ ସମୟ ମାଗିଛନ୍ତି। ବୌଦ୍ଧ, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲ୍ଲାର ସଭାପତି ଭାବେ ନୂଆ ମୁହଁଙ୍କୁ ନିଯୁକ୍ତି […]

bjd-office

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 10:18 AM IST

ଭୁବନେଶ୍ୱର: ବିଜେଡିର ୩୨ଟି ସାଂଗଠନିକ ଜିଲ୍ଲାରୁ ୨୯ଟି ପାଇଁ ବୁଧବାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ୨୯ଟିରୁ ୨୦ଟି ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରହିଛନ୍ତି। ୯ଟି ଜିଲ୍ଲାରେ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ନୂଆଁ ମୁହଁ। ତେବେ ୩ଟି ସାଂଗଠନିକ ଜିଲ୍ଲା ସଭାପତି ମନୋନୟନ ହୋଇନାହିଁ। ଏଥିପାଇଁ ନିର୍ବାଚନ ଅଧିକାରୀମାନେ ଅଧିକ ସମୟ ମାଗିଛନ୍ତି।

ବୌଦ୍ଧ, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲ୍ଲାର ସଭାପତି ଭାବେ ନୂଆ ମୁହଁଙ୍କୁ ନିଯୁକ୍ତି ଦିଆଯାଇଛି। ବୌଦ୍ଧ ଜିଲ୍ଲା ସଭାପତି ଭାବେ ମହିଧର ରଣା ନିଯୁକ୍ତି ପାଇଥିବା ବେଳେ ଦେବଗଡ଼ରେ ସୁଧୀର କୁମାର କପରଦର, ଗଜପତିରେ ପ୍ରଦୀପ କୁମାର ନାୟକ, କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ରାପଡ଼ାରେ ଧ୍ରୁବ ସାହୁ, କେନ୍ଦୁଝରରେ ଆଶିଷ ଚକ୍ରବର୍ତ୍ତୀ, ଖୋର୍ଦ୍ଧାରେ ବିଭୂତି ଭୂଷଣ ବଳବନ୍ତରାୟ, ମାଲକାନଗିରି ମାନସ ମାଡ଼କାମୀ ଓ ସୁବର୍ଣ୍ଣପୁରରେ ସରୋଜ କୁମାର କମ୍ପ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି।

ସେହିପରି ସମ୍ବଲପୁର, ଗଞ୍ଜାମ ଓ ବଲାଙ୍ଗିରରେ ସଭାପତି ମନୋନୟନ କରାଯାଇନାହିଁ। ଏଥିପାଇଁ ନିର୍ବାଚନ ଅଧିକାରୀ ଅଧିକ ସମୟ ମାଗିଛନ୍ତି।

ବିଜେଡି ଜିଲ୍ଲା ସଭାପତି ପଦ ବଜାୟ ରଖିଥିବା ବ୍ୟକ୍ତିମାନେ ହେଲେ ରଜନୀକାନ୍ତ ସିଂହ-ଅନୁଗୋଳ, ଅନନ୍ତ ଦାସ-ବାଲେଶ୍ୱର, ବିଜୟ ରଞ୍ଜନ ସିଂହ ବରିହା-ବରଗଡ଼, ଅର୍ଜୁନ ଚରଣ ସେଠୀ-ଭଦ୍ରକ, ବାବୁଲି ମିଶ୍ର-ଭୁବନେଶ୍ୱର, ପ୍ରତାପ ଜେନା-କଟକ, ଡ. ନୃସିଂହ ଚରଣ ସାହୁ-ଢେଙ୍କାନାଳ, ବିଷ୍ଣୁ ଚରଣ ଦାସ-ଜଗତସିଂହପୁର, କିଶୋର କୁମାର ମହାନ୍ତି-ଝାରସୁଗୁଡ଼ା, ନରେଶ ଚନ୍ଦ୍ର ମହାନ୍ତି-ଯାଜପୁର, ସରୋଜ କୁମାର କରଣ-କନ୍ଧମାଳ, ଜୟରାମ ପାଙ୍ଗି-କୋରାପୁଟ, ଲକ୍ଷ୍ମଣ ଟୁଡୁ-ମୟୂରଭଞ୍ଜ, ରବି ନାରାୟଣ ମହାପାତ୍ର-ନୟାଗଡ଼, ରମେଶଚନ୍ଦ୍ର  ମାଝି-ନବରଙ୍ଗପୁର, ପ୍ରସନ୍ନ କୁମାର ପାଢ଼ି-ନୂଆପଡ଼ା, ମହେଶ୍ୱର ମହାନ୍ତି-ପୁରୀ, ଆନନ୍ଦଚନ୍ଦ୍ର ମହାନ୍ତି-ରାଉରକେଲା, ସୁଧୀନ କୁମାର ଦାଶ-ରାୟଗଡ଼ା ଓ ମଙ୍ଗଲ କିଷାନ-ସୁନ୍ଦରଗଡ଼।

Related story