ବିଜେପିର ଏସ୍‌ପି ଅଫିସ ଘେରାଉ ବେଳେ ଖଣ୍ଡପ୍ରଳୟ, ପୁଲିସର ଲାଠିମାଡ଼

କେନ୍ଦୁଝର(ପ୍ରଣୟ ପାଣି):ବିଜେପିର ଏସପି ଅଫିସ ଘେରାଉ ସମୟରେ  ପୁଲିସର ଲାଠି ମାଡ଼ । ଜିଲ୍ଲା ମହିଳା ଓ ପୁରୁଷ ସଭାପତିଙ୍କୁ ଗିରଫ କରିଛି ପୁଲିସ । ୪ ଦଫା ଦାବି ନେଇ ବିଜେପିର ଏସପି ଅଫିସ୍ ଘେରାଉ ବେଳେ ପୂରା ଏସପି ଅଫିସକୁ ବ୍ୟାରିକେଡରେ ଛନ୍ଦି ଦିଆ ଯାଇଥିଲା। ଶହ ଶହ ବିଜେପି କର୍ମୀ ଅଫିସ ଆଡ଼କୁ ମାଡି ଆସି ଅଫିସକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ହଟାଇବାକୁ ପୁଲିସ ଲାଠି ଚାର୍ଜ କରିଥିଲା।  ଫଳରେ […]

6789

6789

Tapas Behera
  • Published: Monday, 01 November 2021
  • Updated: 01 November 2021, 09:31 PM IST

କେନ୍ଦୁଝର(ପ୍ରଣୟ ପାଣି):ବିଜେପିର ଏସପି ଅଫିସ ଘେରାଉ ସମୟରେ  ପୁଲିସର ଲାଠି ମାଡ଼ । ଜିଲ୍ଲା ମହିଳା ଓ ପୁରୁଷ ସଭାପତିଙ୍କୁ ଗିରଫ କରିଛି ପୁଲିସ । ୪ ଦଫା ଦାବି ନେଇ ବିଜେପିର ଏସପି ଅଫିସ୍ ଘେରାଉ ବେଳେ ପୂରା ଏସପି ଅଫିସକୁ ବ୍ୟାରିକେଡରେ ଛନ୍ଦି ଦିଆ ଯାଇଥିଲା। ଶହ ଶହ ବିଜେପି କର୍ମୀ ଅଫିସ ଆଡ଼କୁ ମାଡି ଆସି ଅଫିସକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏମାନଙ୍କୁ ହଟାଇବାକୁ ପୁଲିସ ଲାଠି ଚାର୍ଜ କରିଥିଲା।  ଫଳରେ ଆନ୍ଦୋଳନ ଉଗ୍ର ହୋଇଥିଲା । ରାସ୍ତାରୁ ବିଜେପି ସଭାପତି ସବୁକ ମହାନ୍ତ ଓ ମହିଳା ମୋର୍ଚ୍ଚର ସଭାନେତ୍ରୀ ମମତା ସିଂଙ୍କ ସହ କିଛି କର୍ମୀକୁ ଉଠାଇ ନେଇଥିଲା ପୁଲିସ । ଯାହାକୁ ନେଇ ଏବେ ଦଳୀୟ ନେତାମାନେ ଅଫିସ ଆଗରେ ଧାରଣରେ ବସିଛନ୍ତି । ମମିତା ମେହେର ମାମଲାରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ଆନ୍ଦୋଳନ କରାଯାଇଥିଲା । ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୁଲିସ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଉପରେ ବୋମା ମାଡ଼ କରିଥିବା ଅଭିଯୁକ୍ତ ଗିରଫଦାରୀ, ଆଦିବାସୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଗିରଫ ହୋଇଥିବା ଯୁବନେତା ମୁନା ପୂର୍ତ୍ତିଙ୍କ ଖଲାସ୍,  ଅପରାଧ ନିୟନ୍ତ୍ରଣରେ ଫେଲ୍ ମାରିଥିବା କେନ୍ଦୁଝର ଏସ୍ପି ଏବଂ ଜିଲ୍ଲାପାଳଙ୍କ ବଦଳି ଆଦି ଦାବି ନେଇ ବିଜେପି ପକ୍ଷରୁ ଏସପି ଅଫିସ ଘେରାଓ କରାଯାଇଛି । ଆନ୍ଦୋଳନ ଯୋରଦାର ହେଉଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ସହ ୧୫ ପ୍ଲାଟୁନ ପୁଲିସ ଓ ୩ ପ୍ଲାଟୁନ ହୋମଗାର୍ଡ ନିୟୋଜିତ ହୋଇଛି । ଏଥିସହ ୯୮ ଜଣ ଅଫିସର ମଧ୍ୟ ନିୟୋଜିତ ହୋଇଥିଲେ ।

ବହୁ ସଂଖ୍ୟାରେ କର୍ମୀଙ୍କ ଉପସ୍ଥିତି ହେବାର ସମ୍ଭାବନା ଥିବା ଓ କାଳେ ଗେଟ ଓ ପାଚେରୀ ଡେଇଁ କର୍ମିମାନେ ଅଫିସକୁ ଧସେଇ ପଶିଯିବେ ଆଶଙ୍କା କରି ସବୁଆଡ଼େ କଣ୍ଟା ତାର ବାଡରେ ପାଚେରୀକୁ କରାଯାଇଥିଲା  । ଏଥିସହ ବ୍ୟାରିକେଟର ମଧ୍ୟ ବ୍ୟବସ୍ଥା କରାଯାଇ ଥିଲେ ବି ବଜେପି କର୍ମୀ ମାନେ ବାରିକେଟ ଭାଙ୍ଗି ଏସପିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା । ଲାଠି ମାଡ଼ରେ ଜଣେ ନିରୀହ ଲୋକର ମୁଣ୍ଡ ଫାଟି ଥିବାବେଳେ ୪ ଜଣ ବଜେପି କର୍ମୀ ଆହତ ହୋଇଛନ୍ତି । ବିଜେପି କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ମାଡ଼ କରିଥିଲେ । ବାରିକେଟ ଭାଙ୍ଗିବା ସମୟରେ ମହିଳା କର୍ମୀ ମାନଙ୍କ ଉପରେ ପୁରୁଷ ପୁଲିସ ହାତ ଉଠାଇଥିବା ଅଭିଯୋଗ ହୋଇଛି। ବିଜେପି ଜିଲା ସଭାପତି ଏବଂ ମହିଳା ଜିଲା ସଭାପତିଙ୍କ ସମେତ ୧୨ଜଣ ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos