ବିଧାୟକ ଅନନ୍ତ ଜେନା ଓ ପୁଲିସ ଡିଏସପିଙ୍କ ବିରୁଦ୍ଧରେ ମାମଲା ଦାଏର କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଖ୍ ବ୍ୟବସାୟୀ ପରବିନ୍ଦର ସିଂଙ୍କୁ ଶାସକ ଦଳର ଗୁଣ୍ଡାମାନେ ଆକ୍ରମଣ କରିବା ଓ ତାଙ୍କ ଘରକୁ ରାତିଅଧିଆ ଯାଇ ବିଧାୟକ ଅନନ୍ତ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋ ଧମକ ଦେବା ପ୍ରସଙ୍ଗରେ ବିଜେପି ଆଜି ପୁଣିଥରେ ମୁହଁ ଖୋଲିଛି। ଶିଖ ବ୍ୟବସାୟୀଙ୍କୁ ନ୍ୟାୟ ମିଳୁନଥିବାକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ଜେନା ଓ ପୁଲିସ ଡିଏସପି ଶ୍ରୀ କାନୁନଗୋଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ମାମଲା […]

bjp-conplain-against-bjd-mla-ananta-narayan-jena-and-dsp-anup-kanongo

Manoranjan Sial
  • Published: Thursday, 30 January 2020
  • Updated: 30 January 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଖ୍ ବ୍ୟବସାୟୀ ପରବିନ୍ଦର ସିଂଙ୍କୁ ଶାସକ ଦଳର ଗୁଣ୍ଡାମାନେ ଆକ୍ରମଣ କରିବା ଓ ତାଙ୍କ ଘରକୁ ରାତିଅଧିଆ ଯାଇ ବିଧାୟକ ଅନନ୍ତ ଜେନା ଓ ପୁଲିସ ଡିଏସପି ଅନୁପ କାନୁନଗୋ ଧମକ ଦେବା ପ୍ରସଙ୍ଗରେ ବିଜେପି ଆଜି ପୁଣିଥରେ ମୁହଁ ଖୋଲିଛି। ଶିଖ ବ୍ୟବସାୟୀଙ୍କୁ ନ୍ୟାୟ ମିଳୁନଥିବାକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ଜେନା ଓ ପୁଲିସ ଡିଏସପି ଶ୍ରୀ କାନୁନଗୋଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ମାମଲା ଦାଏର କରାଯାଇଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ବାବୁ ସିଂ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ପୁଲିସ ବ୍ୟବସ୍ଥା ବଡ଼ ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଛି। କମିଶନରେଟ ପୁଲିସ ଏବେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି ନା ଶାସକ ଦଳର ଗୁଣ୍ଡା ବାହନୀ ଭାବେ କାମ କରୁଛି, ତାହା ବୁଝାପଡ଼ୁନି। ୩ ଦିନ ତଳେ ଦୁଇ ଜଣ ଆଦିବାସୀ ଝିଅ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଶୈଳୀରେ ଶାନ୍ତିପୁର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇ ୩୦୭ ଦଫା ଲଗାଇ ଜେଲ୍ ପଠାଇଦେଲା। କେବଳ ସେତିକି ନୁହେଁ ଆଗରୁ ଅଣ୍ଡା ମାରିଲେ ବି ୩୦୭ ଦଫା ଲଗାଇବାକୁ କମିଶନରେଟ ପୁଲିସ ପଛାଇ ନଥିଲା। କିନ୍ତୁ ଗତ କିଛିଦିନ ତଳେ ଶାସକ ଦଳର ଗୁଣ୍ଡାମାନେ ଜଣେ ଶିଖ୍ ବ୍ୟବସାୟୀ ପରବିନ୍ଦର ସିଂଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କଲେ, ପଥରରେ ଆଖି ଛେଚିଲେ ଓ ମୁଣ୍ଡ ଫଟାଇଲୋ ମାତ୍ର ସେମାନଙ୍କ ବିରୁଦ୍ଧରେ ୩୦୭ ଦଫା ଲଗାଇବାକୁ ପୁଲିସର ସାହାସ ହେଲାନି। କୋହଳ ଦଫା ଲଗାଇ ଅପରାଧୀମାନଙ୍କୁ ଜାମିନରେ ଛାଡ଼ି ଦିଆଗଲା। କେବଳ ସେତିକି ନୁହେଁ ଭୁବନେଶ୍ୱରରେ କାର୍ଯ୍ୟରତ ନଥାଇ ସୁଦ୍ଧା ପୁଲିସ ଡିଏସପି ଅନୁପ କାନୁନଗୋ ସ୍ଥାନୀୟ ବିଧାୟକ ଅନନ୍ତ ଜେନାଙ୍କ ସହ ମିଶି ରାତି ଅଧରେ ପୀଡ଼ିତ ପରବିନ୍ଦର ସିଂଙ୍କ ଘରକୁ ଯାଇ ଘଟଣାକୁ ଚାପିବାକୁ ଧମକ ଦେବାକୁ ବି ପଛାଇ ନାହାନ୍ତି।

ଡିଏସପି ଶ୍ରୀ କାନୁନଗୋ କେଉଁ କ୍ଷମତାବଳରେ ପରବିନ୍ଦରଙ୍କ ଘରକୁ ଯାଇଥିଲେ ଓ ତାଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ବୋଲି ବିଜେପି ପ୍ରଶ୍ନ କରିଛି। ଏହାବ୍ୟତୀତ ସେମାନଙ୍କ ସହ ପରବିନ୍ଦରଙ୍କ ଘରୁ ଅନ୍ୟ ୨ଜଣ ପେଷାଦାର ଗୁଣ୍ଡା ମଧ୍ୟ ଯାଇଥିବା ବିଜେପି ଅଭିଯୋଗ କରିଛି । ଏଭଳି ଘଟଣାର ପ୍ରତିବାଦ କରି ବିଜେପି ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଏଫଆଇଆର ଦିଆଯାଇଥିଲା। କିନ୍ତୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ଏବେ ଆଇନର ସହାୟତା ବିଜେପି ନେଇଛି। ନିଜେ ପରବିନ୍ଦର ସିଂ ମଧ୍ୟ ପୁଲିସ ଠାରୁ ନ୍ୟାୟ ନପାଇବା ପରେ ଏବେ ମାନବାଧିକାର କମିଶନରଙ୍କର ଦ୍ୱାରସ୍ଥ ହୋଇଛନ୍ତି। ବିଜେଡିର ଗୁଣ୍ଡାମାନେ ରାଜଧାନୀରେ ଦୁଇ ଦୁଇଟି ହିଂସାକାଣ୍ଡ ଭିଆଇଲେ ଓ ଏହି ଦୁଇଟି ଯାକ ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ବିଜେଡିର ବିଧାୟକ ଅନନ୍ତ ଜେନା ସୁରକ୍ଷା ଦେଲେ। ମାର୍କେଟ ବିଲଡିଙ୍ଗ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅପରାଧୀମାନଙ୍କୁ ଏବେ ସୁଦ୍ଧା ପୁଲିସ ଗିରଫ କରିପାରି ନାହିଁ। କାରଣ ସେମାନେ ବିଧାୟକ ଅନନ୍ତ ଜେନା ଓ ବିଜେଡି ନେତା ଲିଟୁ ସୁପକାରଙ୍କର ସହିତ ଘନିଷ୍ଠ ତଥା ବଟି ଆଦାୟ ଉଦ୍ଦେଶ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଆଉ କେତେଦିନ ଧରି ଏମିତି ବିଜେଡିର ଗୁଣ୍ଡାରାଜକୁ ପୁଲିସ ଘଣ୍ଟ ଘୋଡ଼ାଉଥିବ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେଉଥିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ବାରମ୍ବାର ହିଂସା ଭିଆଉଥିବା ବିଧାୟକ ଶ୍ରୀ ଜେନାଙ୍କୁ ତୁରନ୍ତ ଦଳରୁ ବହିଷ୍କାର ଓ ପୁଲିସ ଡିଏସପି ଶ୍ରୀ କାନୁନଗୋଙ୍କୁ ନିଲମ୍ବନ ଏବଂ ଘଟଣା ସହ ଜଡ଼ିତ ସମସ୍ତ ଅପରାଧୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story