ସଶକ୍ତିକରଣ ନାଁରେ ମହିଳାଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଶକ୍ତିକରଣ ନାଁରେ ମହିଳାମାନଙ୍କୁ ରାଜ୍ୟର ବିଜେଡି ସରକାର ଶୋଷଣ କରୁଛନ୍ତି। ମହିଳାଙ୍କୁ ସମ୍ମାନ, ସ୍ୱାଭିମାନ ଓ ସୁରକ୍ଷା ଦେଇ ପାରୁଥିବା ଅପାରଗ ରାଜ୍ୟ ସରକାର ମହିଳା ସଶକ୍ତିକରଣ ଉପରେ ଭାଷଣ ଦେବା ହାସ୍ୟାସ୍ପଦ ବୋଲି ବିଜେପି ଅଭିଯୋଗ କରିଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ୨୩ବର୍ଷ ଧରି ନିରଙ୍କୁଶ ଭାବରେ ରାଜ୍ୟରେ ବିଜେଡି ଶାସନ କରିଆସୁଥିବା ମହିଳା […]

Sonali-Sahoo

Sonali-Sahoo

Ordigital Desk
  • Published: Monday, 11 April 2022
  • Updated: 11 April 2022, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଶକ୍ତିକରଣ ନାଁରେ ମହିଳାମାନଙ୍କୁ ରାଜ୍ୟର ବିଜେଡି ସରକାର ଶୋଷଣ କରୁଛନ୍ତି। ମହିଳାଙ୍କୁ ସମ୍ମାନ, ସ୍ୱାଭିମାନ ଓ ସୁରକ୍ଷା ଦେଇ ପାରୁଥିବା ଅପାରଗ ରାଜ୍ୟ ସରକାର ମହିଳା ସଶକ୍ତିକରଣ ଉପରେ ଭାଷଣ ଦେବା ହାସ୍ୟାସ୍ପଦ ବୋଲି ବିଜେପି ଅଭିଯୋଗ କରିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ୨୩ବର୍ଷ ଧରି ନିରଙ୍କୁଶ ଭାବରେ ରାଜ୍ୟରେ ବିଜେଡି ଶାସନ କରିଆସୁଥିବା ମହିଳା ସଶକ୍ତିକରଣ ନାଁରେ ମହିଳା ଶୋଷଣ ନୀତି ଆପଣାଇଛି। କେନ୍ଦ୍ର ସରକାର ମହିଳାଙ୍କ ପାଇଁ ସାରା ଭାରତରେ ୧୦ କୋଟି ୯୫ ଲକ୍ଷ ଶୌଚାଳୟ କରିଥିବାବେଳେ କେନ୍ଦ୍ରରୁ ଶୌଚାଳୟ ପାଇଁ ଆସିଥିବା ୭୦୦କୋଟି ଟଙ୍କାର ଦୁର୍ନୀତି ହୋଇଛି।

ରାଜ୍ୟରେ ୧୦୦ଜଣ ପରିବାରରୁ ୬୫ଜଣ ପରିବାରଙ୍କ ଘରେ ଶୌଚାଳୟ ନାହିଁ। ସେହିପରି ସାରା ଭାରତ ବର୍ଷରେ ୧୦କୋଟି ପରିବାର ଉଜ୍ଜ୍ୱଳା ଯୋଜନା ଲାଭ ପାଉଛନ୍ତି। କିନ୍ତୁ ଓଡ଼ିଶାରେ କାହିଁକି ରାଜ୍ୟ ସରକାରଙ୍କର ଦୃଢ଼ ଇଚ୍ଛାଶକ୍ତି ଅଭାବରୁ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ୧୩ ତମ ସ୍ଥାନରେ ରହିବା ଶିକ୍ଷାର ଅବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ରାଜ୍ୟରେ ୩୭୦ଟି ପଞ୍ଚାୟତରେ ହାଇସ୍କୁଲ ନଥିବାବେଳେ ୪୦୦ ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣିର ସଂଯୋଗୀକରଣ କରାଯାଇନାହିଁ। ରାଜ୍ୟରେ ମହିଳାଙ୍କ ସ୍ୱାକ୍ଷରତା ହାର ୬୪.୦୧%। କେନ୍ଦ୍ର ସରକାର ଛାତ୍ରୀମାନଙ୍କ ପାଇଁ ସାନିଟାରି ନାପକିନି ଦେଉଛନ୍ତିି। କିନ୍ତୁ ତାହା ଛାତ୍ରୀମାନଙ୍କ ପାଖରେ ନପହଂଚି ଖତ ଖାଉଛି। ଆଜିବି ରାଜ୍ୟରେ ଗର୍ଭବତୀ ଅଟୋ ଓ ଖଟ, ଭାରରେ ବୁହାହୋଇ ହସ୍ପିଟାଲ ଯିବାର ଲଗ୍ନଚିତ୍ର ପାଇଁ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଲଜ୍ଜିତ ହେଉଛି ରାଜ୍ୟରେ ପ୍ରତ୍ୟେକ ଦିନ ୬ଜଣ ମହିଳା ଧର୍ଷଣ ଶିକାର ହେଉଥିବାବେଳେ ୪ଜଣ ମହିଳା ଅପହରଣ ହେଉଛନ୍ତି।

ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଛନ୍ତି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ତଥ୍ୟ କହୁଛି ଭାରତରେ ସହରାଚଂଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ୯୯ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୨୧୯। ସେହିପରି ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ଜାତୀୟ ସ୍ତରରେ ୧୦୦୦ ମହିଳାଙ୍କ ଭିତରୁ ୩୫ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୪୨। ତା’ହେଲେ ମହିଳାଙ୍କ ସଶକ୍ତିକରଣ କିପରି ହେଲା ବୋଲି ଶ୍ରୀମତୀ ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତିି।

ଆୟ କ୍ଷେତ୍ରରେ ଓଡ଼ିଶା ଯଦି ପଛୁଆ ତା’ହାଲେ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ଆଗୁଆ ହେଲେ କେମିତି? ମହିଳା ବେରୋଜଗାରୀରେ ଓଡ଼ିଶା ୮ମ ସ୍ଥାନରେ ଥିଲାବେଳେ ରାଜ୍ୟ ସରକାର ମିଛ ଗୋଲାପୀ ଚିତ୍ର ଦେଖାଇ ଠକୁଛନ୍ତିି। ଏଠି ପ୍ରଶ୍ନ ଉଠୁଛି, ଦୈନିକ ୮ଟଙ୍କାରେ ଜଣେ ମହିଳା ଆର୍ଥିକ ଦୃଷ୍ଟିରୁ କିପରି ସଶକ୍ତ ହେବ ଏବଂ ତାର ପରିବାରର ପ୍ରତିପୋଷଣ କରିପାରିବ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ବିଜେପି ନେତା ଦିଲୀପ ମଲ୍ଲିକ ଓ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୬ ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସାମାଜିକ ନ୍ୟାୟ ସେବା’ ପକ୍ଷ ପାଳନ କରାଯାଉଛି । ଆଜି ପଂଚମ ଦିନରେ ‘ମହିଳାଙ୍କ ସୁରକ୍ଷା’ ସଂପର୍କରେ ବିଜେପି କର୍ମକର୍ତ୍ତାମାନେ ନିଜ ନିଜ ଅଂଚଳରେ ମା’ ଓ ଭଉଣୀମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତି ପରଖି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story