ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡ଼ପ: ଆସନ୍ତାକାଲି ପୁଣି ବିଜେପିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରି ନିଜସ୍ୱ ଯୋଜନା ନାଁରେ ପ୍ରଚାର କରୁଥିବାବେଳେ ବିଜେଡି ବିଧାୟକମାନେ ଘର ଆବଣ୍ଟନ ପାଇଁ ହିତାଧିକାରୀ ପିଛା ୨୧ହଜାର ଟଙ୍କା ପିସି ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର ଏହି ଆବାସ ଯୋଜନାରେ ପାରଦର୍ଶିତା ରଖୁନଥିବାରୁ ବିଜେପି ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ […]

prithvirajharichandan

prithvirajharichandan

Manoranjan Sial
  • Published: Wednesday, 09 October 2019
  • Updated: 09 October 2019, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରି ନିଜସ୍ୱ ଯୋଜନା ନାଁରେ ପ୍ରଚାର କରୁଥିବାବେଳେ ବିଜେଡି ବିଧାୟକମାନେ ଘର ଆବଣ୍ଟନ ପାଇଁ ହିତାଧିକାରୀ ପିଛା ୨୧ହଜାର ଟଙ୍କା ପିସି ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର ଏହି ଆବାସ ଯୋଜନାରେ ପାରଦର୍ଶିତା ରଖୁନଥିବାରୁ ବିଜେପି ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନେଇଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୧୬ଲକ୍ଷରୁ ଅଧିକ ଘକ୍କାଘର ନିର୍ମାଣ ହେବାପରେ ବି ରାଜ୍ୟ ସରକାର ଅଗଣତାନ୍ତ୍ରିକ ଭାବେ ଯୋଜନାର ନାଁ ପରିବର୍ତ୍ତନ କରି ରାଜ୍ୟବାସୀଙ୍କୁ ଠକିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୁଦ୍ଧରେ ବିଜେପି କର୍ମୀମାନେ ଗତମାସ ୨୭ତାରିଖରେ ସମସ୍ତ ବ୍ଲକ,ପୌର କାର୍ଯ୍ୟାଳୟ ଓ ମହାନଗର ନିଗମ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ। ମାତ୍ର ଏହି ଚଞ୍ଚକତା ଓ ଭ୍ରଷ୍ଟାଚାରକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ବିଜେପି ପୁଣିଥରେ ଆସନ୍ତାକାଲି ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି।

ପ୍ରଥମତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୮ ମସିହାରେ ଓଡ଼ିଶାରେ ୪ଲକ୍ଷ ଗୃହର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। କିନ୍ତୁ ରାଜ୍ୟ ସରକାର ଏହାକୁ ନିଜ ଲୋଗୋରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ‘ମୋ ଆବାସ’ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି। ଦ୍ୱିତୀୟତଃ ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ରାଜ୍ୟ ସରକାର ଚଞ୍ଚକତା କରିି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା ଉଲ୍ଲେଖ କରୁନାହାନ୍ତି। ତୃତୀୟତଃ ସର୍ଭେ ହେଲାପରେ ଯେଉଁ ପ୍ରାଥମିକ ତାଲିକା ଆସିଛି, ସେହି ଘରର ଫଟୋ ଉଠାଇ ଜିଓ ଟ୍ୟାଗିଙ୍ଗ୍ କରାଯିବା କଥା। କିନ୍ତୁ ଶାସକ ଦଳର ବିଧାୟକମାନେ ଏବେ ପଞ୍ଚାୟତ ଏକଜ୍ୟୁଟିଭ୍, ଜିଆରଏସ ମାନଙ୍କୁ ଧରି କେବଳ ବିଜେଡି କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟ୍ୟାଗିଙ୍ଗ୍ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଚତୁର୍ଥତଃ ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜେଡିର ବିଧାୟକମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି। ଯେଉଁମାନଙ୍କ ନାଁ ପ୍ରାଥମିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟ୍ୟାଗିଙ୍ଗ୍ ହେବ ବୋଲି କହି ସେହି ଗରିବ ହିତାଧିକାରୀମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି। କେବଳ ଏହି ଯୋଜନା ନୁହେଁ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରି ରାଜ୍ୟ ସରକାର ହଡ଼ପ କରିଥିବାରୁ ତା’ର ପ୍ରତିବାଦରେ ବିଜେପି ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story