ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲା ବିଜେପି, ଅଭିଯୁକ୍ତ ଏଏସଆଇଙ୍କ ବହିଷ୍କାର ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର ବଳଙ୍ଗା ଥାନା ଏଏସଆଇ ଚିତରଞ୍ଜନ ଦାସଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ ଆଜି ଭେଟିବା ସହ ସମ୍ପୃକ୍ତ ଏଏସଆଇଙ୍କୁ ଚାକିରିରୁ ବହିଷ୍କାର କରି କଠୋର ଦଣ୍ଡରେ ଦଣ୍ଡିତ ନିମନ୍ତେ ଦାବି କରିଛି। ଏପଟେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ମଧ୍ୟ ରାଜ୍ୟ ସରକାରଙ୍କ ଫାଇଭ-ଟି, ମୋ ସରକାର, ମୋ ପୁଲିସ ଆଦିକୁ କଡ଼ା ସମାଲୋଚନା କରି ସରକାର ଓ ପୁଲିସ […]

bjp-delegation-meet-pipili-victim

bjp-delegation-meet-pipili-victim

Manoranjan Sial
  • Published: Friday, 03 January 2020
  • Updated: 03 January 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର ବଳଙ୍ଗା ଥାନା ଏଏସଆଇ ଚିତରଞ୍ଜନ ଦାସଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ ଆଜି ଭେଟିବା ସହ ସମ୍ପୃକ୍ତ ଏଏସଆଇଙ୍କୁ ଚାକିରିରୁ ବହିଷ୍କାର କରି କଠୋର ଦଣ୍ଡରେ ଦଣ୍ଡିତ ନିମନ୍ତେ ଦାବି କରିଛି।

ଏପଟେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ମଧ୍ୟ ରାଜ୍ୟ ସରକାରଙ୍କ ଫାଇଭ-ଟି, ମୋ ସରକାର, ମୋ ପୁଲିସ ଆଦିକୁ କଡ଼ା ସମାଲୋଚନା କରି ସରକାର ଓ ପୁଲିସ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟିଯାଉଥିବା ଅଭିଯୋଗ କରିଛନ୍ତି। ଶ୍ରୀ ମହାନ୍ତି ବଳଙ୍ଗା ଥାନା ଏଏସଆଇଙ୍କ ଦ୍ୱାରା ମହିଳାଙ୍କୁ ଦୁଷ୍କର୍ମ, କେନ୍ଦ୍ରାପଡ଼ାର ନିକିରାଇ ଥାନାରେ ଜଣେ ମହିଳାଙ୍କୁ ବିଧବା କରିବା ପାଇଁ ପୁଲିସ କହୁଥିବାର ଭିଡିଓ ଭାଇରାଲ ହେଉଛି ବୋଲି କହିଛନ୍ତି। ପୁଲିସ କ୍ୱାର୍ଟର୍ସ ଏବେ ଭୋଗଶାଳାରେ ପରିଣତ ହୋଇଯାଇଛି ବୋଲି ସେ କହିଛନ୍ତି।

ବଳଙ୍ଗା ଥାନା ଏଏସଆଇ ଚିତରଞ୍ଜନ ଦାଶଙ୍କ ବିରୁଦ୍ଧରେ ଜଣେ ମହିଳା ଗତକାଲି ଦୁଷ୍କର୍ମ ଅଭିଯୋଗ ଆଣିବାପରେ ଆଜି ସମ୍ପୃକ୍ତ ପୀଡ଼ିତାଙ୍କୁ ବିଜେପି ପ୍ରତିନିଧି ଦଳ ସାକ୍ଷାତ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡ଼ିତାକୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। ପରେ ପ୍ରତିନିଧି ଦଳ ବଳଙ୍ଗା ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହ ଘଟଣା ସମ୍ବନ୍ଧରେ ପଚାରି ବୁଝିଥିଲେ। ପୁଲିସ ସୁରକ୍ଷା ଦେବା ଆଳରେ ମହିଳାଙ୍କ ଇଜ୍ଜତ ଲୁଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏଏସଆଇ ନ୍ୟାୟ ଦେବା ପାଇଁ ଥାନାକୁ ଡାକି ସମ୍ପୃକ୍ତ ପୁଲିସ କ୍ୱାର୍ଟର୍ସରେ ବାରମ୍ବାର ଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତା କହିଥିବା ଶ୍ରୀମତୀ ପରିଡ଼ା କହିଛନ୍ତି। ପୀଡ଼ିତା ଅଭିଯୋଗ କରିବା ସମୟରେ ଭାରପ୍ରାପ୍ତ ଅଧିକାରୀ (ଓଆଇସି) ତୁରନ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ନେଲେ ନାହିଁ ତାହା ତଦନ୍ତ ପରିସରଭୁକ୍ତ ହେବା ଦରକାର । ଅନ୍ୟପଟେ ଘଟଣାକୁ ରଫଦଫା କରିବା ପାଇଁ ଲାଗିଥିବା ଭଦ୍ରଲୋକମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବ। ଶାସକ ଦଳ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାରୁ ପୁଲିସ ବି ଏବେ ଦୁଷ୍କର୍ମ କରିବାକୁ ପଛଘୁଞ୍ଚା ଦେଉନାହିଁ। ଏହା ଶାସକ ଦଳ ଏବଂ ପୁଲିସ ପ୍ରଶାସନର କୁତ୍ସିତ ମାନସିକତା ବୋଲି ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି।

ଏହି ପ୍ରତିନିଧି ଦଳରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ, ବିଜେପି ନେତ୍ରୀ ବବିତା ମଲ୍ଲିକ, ପ୍ରତିଭା ଶତପଥୀ ଓ କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos