ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଘଟଣାର ସରଜମିନ୍ ତଦନ୍ତ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ବିଜେପି ସରଜମିନ୍ ତଦନ୍ତ କରି ଫେରିଛି। ମୃତା ନାବାଳିକା ଶରୀରରେ ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା ପରିବାର ଲୋକ ଜଣାଇଛନ୍ତି। ପୁଲିସ ଏହି ଘଟଣାରେ ତୁରନ୍ତ ଅପରାଧୀମାନଙ୍କ ବିରୁଦ୍ଧରେ ଏଟ୍ରୋସିଟି ଓ ପୋକସୋ ଆକ୍ଟ ଲଗାଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି। ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ […]

no rape

no rape

Tapas Behera
  • Published: Thursday, 23 July 2020
  • Updated: 23 July 2020, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ବିଜେପି ସରଜମିନ୍ ତଦନ୍ତ କରି ଫେରିଛି। ମୃତା ନାବାଳିକା ଶରୀରରେ ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା ପରିବାର ଲୋକ ଜଣାଇଛନ୍ତି। ପୁଲିସ ଏହି ଘଟଣାରେ ତୁରନ୍ତ ଅପରାଧୀମାନଙ୍କ ବିରୁଦ୍ଧରେ ଏଟ୍ରୋସିଟି ଓ ପୋକସୋ ଆକ୍ଟ ଲଗାଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।

ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ , ଜୁଲାଇ ୨୦ ତାରିଖରେ କିଛି ଦୁବୃର୍ତ୍ତ ସମ୍ପୃକ୍ତା ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରିଥିଲେ। ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲାର ବିଜେପି ନେତ୍ରୀ ସୁରଭି ପାଣି ଓ ଅଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ମୃତା ନାବାଳିକାଙ୍କ ପରିବାର ସଦସ୍ୟକୁ ଭେଟିବା ସହ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ପ୍ରତିନିଧି ଦଳ ପ୍ରଥମେ ମୃତା ନାବାଳିକାଙ୍କ ଗାଁ ବାଗଚୁଆଁଠାରେ ପହଂଚି ପରିବାର ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣା ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ପରିବାର ଲୋକ ମୃତା ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବା କଥା ଜଣାଇଛନ୍ତି। ପରେ କୋଟପାଡ଼ ଥାନା ଆଇଆଇସିଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲୋ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ତଦନ୍ତ ପରେ ପ୍ରତିନିଧି ଦଳ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କୁ ଭିଡିଓ କନଫରେନ୍ସିରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।

ରାଜ୍ୟ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷାର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ପୁଲିସ ଏବେ ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ବସିଛି। ମହିଳା ସୁରକ୍ଷା ଦିଗରେ ଯଦି ମୁଖ୍ୟମନ୍ତ୍ରୀ ସମ୍ବେଦନହୀନ ରହିବେ ତେବେ ଆଗକୁ ମହିଳା ମୋର୍ଚ୍ଚ ପକ୍ଷରୁ ତୀବ୍ର ଆନ୍ଦୋଳନ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos