ଖଦୀ ବୋର୍ଡରେ ୮୬କୋଟିର ଦୁର୍ନୀତିର ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡରେ ୮୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ଏହାର ନିରପେକ୍ଷ ତଦନ୍ତ ଦାବି କରିଛି। ଏହି ଦୁର୍ନୀତିରେ ଖଦୀ ବୋର୍ଡର ଅଧ୍ୟକ୍ଷ ଓ କିଛି ଅସାଧୁ ଅଫିସର ସମ୍ପୃକ୍ତ ଥିବା ବିଜେପି କହିଛି। ବିଜେପିର ଏହି ଅଭିଯୋଗ ପରେ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ାଙ୍କ ଅଡ଼ୁଆ ବଢ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏହି ଦୁର୍ନୀତିକୁ ଚପାଇ ଦେଇଥିଲା ବୋଲି କୁହାଯାଇଛି। ଆଜି […]

assembly

assembly

Manoranjan Sial
  • Published: Saturday, 20 July 2019
  • Updated: 20 July 2019, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡରେ ୮୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ଏହାର ନିରପେକ୍ଷ ତଦନ୍ତ ଦାବି କରିଛି। ଏହି ଦୁର୍ନୀତିରେ ଖଦୀ ବୋର୍ଡର ଅଧ୍ୟକ୍ଷ ଓ କିଛି ଅସାଧୁ ଅଫିସର ସମ୍ପୃକ୍ତ ଥିବା ବିଜେପି କହିଛି। ବିଜେପିର ଏହି ଅଭିଯୋଗ ପରେ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ାଙ୍କ ଅଡ଼ୁଆ ବଢ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏହି ଦୁର୍ନୀତିକୁ ଚପାଇ ଦେଇଥିଲା ବୋଲି କୁହାଯାଇଛି।

ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଓଡ଼ିଶା ଖଦୀ ବୋର୍ଡରେ ବଡ଼ଧରଣର ଦୁର୍ନୀତି ହୋଇଛି। କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନଙ୍କଠୁ ଏହି ସଂସ୍ଥା ସହାୟତା ପାଇଛି। ମହୁମାଛି ଚାଷ ପାଇଁ କିଟ୍ ବାଣ୍ଟିବା ନାଁରେ ଏହି ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଗୋଟିଏ ଲେଖାଁଏ ମହୁମାଛି ଚାଷ କିଟ୍ ଦାମ ମାତ୍ର ହଜାରେ ଟଙ୍କା ହୋଇଥିବାବେଳେ ବୋର୍ଡ ପକ୍ଷରୁ ଏହାର ଦର ୩୦ହଜାର ଟଙ୍କା ଦର୍ଶାଯାଇଥିଲା। ୪୮୦ଜଣ ମହୁମାଛି ଚାଷୀଙ୍କୁ ମୋଟ ୨୪୦୦ ମହୁମାଛି କିଟ୍ ପ୍ରଦାନ କରାଯାଇଥିଲା। ଏମଏସଏମଇ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ବୋର୍ଡ ପକ୍ଷରୁ ୧୨୦୦ ମହୁମାଛି ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଓ ସେମାନଙ୍କ ମଧ୍ୟରୁ ୪୮୦ଜଣଙ୍କୁ କିଟ୍ ପ୍ରଦାନ କରାଯାଇଛି।

ଅଭିଯୋଗ ଅନୁଯାୟୀ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ କେନ୍ଦ୍ର ଖଦୀ କମିଶନ ଓ ରାଜ୍ୟ ସରକାରଙ୍କଠୁ ଓଡ଼ିଶା ଖଦୀ ବୋର୍ଡ ୮୬କୋଟି ଟଙ୍କାର ଅନୁଦାନ ପାଇଛି। କିନ୍ତୁ ଏହି ଅର୍ଥକୁ ଖଦୀ ବୋର୍ଡର ମୁଖ୍ୟ ଓ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ବାଟମାରଣା କରିଛନ୍ତି। ୨୦୧୭ ଜୁଲାଇ ୧୫ ତାରିଖରେ ତତକାଳୀନ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଓଡ଼ିଶା ଖଦୀ ବୋର୍ଡ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କଠୁ ୩୯.୯୪ କୋଟି ଟଙ୍କା ଓ କେନ୍ଦ୍ର ଖଦୀ ଓ ଗ୍ରାମୋଦ୍ୟୋଗ କମିଶନଙ୍କଠୁ ୪୬.୨୮ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଛି।

ମହୁମାଛି ଚାଷ ନାଁରେ ବିପୁଳ ଅର୍ଥ ତୋଷରପାତ କରାଯାଇଥିବା ଅଭିଯୋଗ ଆସିଛି। ମହୁମାଛି ଚାଷୀଙ୍କ ନାଁରେ ମିଛ ବିଲ୍ ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଏପରିକି କିଛି ବେନାମୀ ବିଜ୍ଞାପନ ଏଜେନ୍ସୀ ଓ କନ୍ସଲଟାନ୍ସୀ କମ୍ପାନୀ ନାଁରେ ବି ଅର୍ଥ ହଡ଼ପ କରାଯାଇଛି। ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଓଡ଼ିଶା ଖଦୀ ବୋର୍ଡ ମାତ୍ର ୩.୫୮ କୋଟି ଟଙ୍କାର ଖଦୀ ପୋଷାକ ଓ କପଡ଼ା ବିକ୍ରି କରିପାରିଥିଲା। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବୋର୍ଡ ଓ ନିଗମ ଏବେ ଶାସକ ଦଳର ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ତେଣୁ ଖଦୀ ବୋର୍ଡରେ ହୋଇଥିବା ବ୍ୟାପକ ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନାଏକ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହି ମହୁମାଛି କିଟ୍ ବଣ୍ଟନ ଦୁର୍ନୀତି ଅଭିଯୋଗ ପଦାକୁ ଆସିଥିଲା। କିନ୍ତୁ ଏଥିରେ ଶାସକ ଦଳର କିଛି ନେତା ସିଧାସଳଖ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଘଟଣାକୁ ଚପାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘଟଣାରେ ତତ୍କାଳୀନ ଖଦୀ ବୋର୍ଡ ମୁଖ୍ୟଙ୍କୁ ଡାକି ତାଗିଦ୍ କରିବା ସହ ଦୁର୍ନୀତିକୁ ଚପାଇ ଦେଇଥିଲେ ବୋଲି କୁହାଯାଇଛି। ଏବେ ପ୍ରାୟ ଏକବର୍ଷ ପରେ ବିଜେପି ଏଭଳି ଅଭିଯୋଗ ଆଣିବା ପରେ ପୁଣିଥରେ ଏହି ଦୁର୍ନୀତି ଚର୍ଚ୍ଚାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story