‘ପୂର୍ବରୁ କରୋନା ମୃତ୍ୟୁ ଲୁଚାଉଥିଲେ, ଏବେ ଶବ ଲୁଚାଉଛନ୍ତି ରାଜ୍ୟ ସରକାର ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ପୂର୍ବରୁ ରାଜ୍ୟ ସରକାର ମୃତ୍ୟୁ ଲୁଚାଇବାର ଶଙ୍କା ସୃଷ୍ଟି ହେଉଥିବା ବେଳେ ଏବେ କିନ୍ତୁ ଶବ ଲୁଚାଉଛନ୍ତି । ଗଞ୍ଜାମ ଜିଲ୍ଲାରେ ଗତ ୨୪ ତାରିଖରେ କରୋନାରେ ପ୍ରାଣ ହରାଇଥିବା ବସନ୍ତ ସାହୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର। କରୋନାରେ ଆକ୍ରାନ୍ତ ହୋଇ ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା […]

bjp-1-1

bjp-1-1

Niharika Rout
  • Published: Thursday, 30 July 2020
  • Updated: 30 July 2020, 02:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ପୂର୍ବରୁ ରାଜ୍ୟ ସରକାର ମୃତ୍ୟୁ ଲୁଚାଇବାର ଶଙ୍କା ସୃଷ୍ଟି ହେଉଥିବା ବେଳେ ଏବେ କିନ୍ତୁ ଶବ ଲୁଚାଉଛନ୍ତି । ଗଞ୍ଜାମ ଜିଲ୍ଲାରେ ଗତ ୨୪ ତାରିଖରେ କରୋନାରେ ପ୍ରାଣ ହରାଇଥିବା ବସନ୍ତ ସାହୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର।

କରୋନାରେ ଆକ୍ରାନ୍ତ ହୋଇ ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବସନ୍ତ ସାହୁଙ୍କର ଗତ ୨୪ ତାରିଖରେ ମୃତ୍ୟୁ ହୋଇଥିଲା।  କିନ୍ତୁ ୨୮ ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇ ନ ଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ମେଡିକାଲ କର୍ତ୍ତୃପକ୍ଷ ସଫେଇ ଦେଇ ସେମାନଙ୍କୁ ଯୋଗାଯୋଗ ସମ୍ଭବ ହୋଇ ପାରୁ ନ ଥିଲା ବୋଲି କହିଛନ୍ତି। କିନ୍ତୁ ଯଦି ୨୪ ତାରିଖରୁ ବସନ୍ତ ଆଖି ବୁଜି ସାରିଲେଣି ବୋଲି ରାଜ୍ୟ ସରକାର କହୁଛନ୍ତି, ତେବେ ସରକାରଙ୍କ ୱେବସାଇଟ୍‌ରେ କ’ଣ ପାଇଁ ଏହି ତଥ୍ୟ ଦିଆଯାଇନି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ଏହାବ୍ୟତୀତ ରାଜ୍ୟ ସରକାରଙ୍କ  କରୋନା ପରିଚାଳନା ଉପରକୁ ଅଙ୍ଗୁଳି ଉଠାଇ ଭୃଗୁ ବକ୍ସିପାତ୍ର କହିଛନ୍ତି, କରୋନାର ଗ୍ରାଫ୍‌ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। କେନ୍ଦ୍ରର ସହଯୋଗ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ରାଜ୍ୟ ସରକାର ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣି ନ ପାରିଲେ ଦ୍ୱିମତ ନ ହୋଇ କେନ୍ଦ୍ରର ସହଯୋଗ ଲୋଡ଼ନ୍ତୁ।  ମୁଖ୍ୟମନ୍ତ୍ରୀ ନିଜେ ଅନୁରୋଧ ନ କଲେ ନଚେତ କେନ୍ଦ୍ର ସରକାର ଜବରଦସ୍ତି ପଶି ପାରନ୍ତି।

ଦିଲ୍ଲୀରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେବା ପରେ ସେଠାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି। ୧୦ ହଜାର ବେଡର କୋଭିଡ ହସ୍ପିଟାଲ ୧୦, ୧୨ ଦିନରେ ତିଆରି ହେଲା। କିନ୍ତୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା ସତ୍ତ୍ୱେ ୧୦୦ ବେଡର ହସ୍ପିଟାଲ ୧୭ ଦିନ ହେଲାଣି ତିଆରି ହୋଇ ପାରୁନି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଦଳୀୟ ରାଜନୀତିକୁ ପଛରେ ପକାଇ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡନ୍ତୁ। ଅଧିକ ଟେଷ୍ଟ ହେବ, ପ୍ଲାଜମା ବ୍ୟାଙ୍କ ବଢ଼ିବ। ଏହାଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିବ।

ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି।  ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୫ କୋଟି ଅନୁମୋଦିତ ହୋଇଥିବା ରାଜ୍ୟ ସରକାର କହିଲେ। କିନ୍ତୁ ଭେଣ୍ଟିଲେଟର କି ବେଡ କିଛି ବଢ଼ୁନି। କରୋନା ରୋକିବାକୁ କେଉଁ ପଦକ୍ଷେପ ପ୍ରଥମେ ଓ କେଉଁଠା ପରେ ନେଲେ ଚଳିବ,  ତାହା ରାଜ୍ୟ ସରକାର ସ୍ଥିର କରି ପାରୁ ନାହାନ୍ତି।

ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରେ ୨୦୦ ବେଡ ଥିବ। ହେଲେ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।  ପ୍ରତିଦିନ ୧୦ ଉପରେ ମରୁଛନ୍ତି। ହେଲେ ସେଠାରେ ବେଡ୍‌ ବଢ଼ାଇବାକୁ ସରକାର ପ୍ରାଥମିକତା ଦେଉ ନାହାନ୍ତି। ଗ୍ରାଫ ବଢ଼ିବା ପରେ ଫଲ୍‌ କରିବ ବୋଲି ରାଜ୍ୟ ସରକାର କହୁଛନ୍ତି। ତା’ ହେଲେ ଆମେ କ’ଣ ଗ୍ରାଫ୍‌ ବଢ଼ିବା ପର୍ଯ୍ୟନ୍ତ ଅର୍ଥାତ ଲୋକ ମରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବୋଲି ସେ ପ୍ରଶ୍ନ କରିଛନ୍ତି।

ଡାଇବେଟିସ, ରକ୍ତଚାପରେ ପୀଡ଼ିତ ହୋଇ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ସେମାନଙ୍କ ମୃତ୍ୟୁର କାରଣ ଡାଇବେଟିସ, ରକ୍ତଚାପ ବୋଲି ଦର୍ଶାଯାଉଛି। କିନ୍ତୁ କରୋନା ବୋଲି ଦର୍ଶାଯାଉନି।  କିନ୍ତୁ ଡାଇବେଟିସ, ରକ୍ତଚାପରେ ପୀଡ଼ିତ ହେଲେ ତ ରୋଗୀ ୩୦ ବର୍ଷ ବଞ୍ଚି ପାରିବ ବୋଲି କହିଛନ୍ତି ଭୃଗୁ। ତା’ ଉପରେ ପ୍ରାଣ ହରାଉଥିବା ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କରୋନା ଯୋଗୁ ହେଉଛି ବୋଲି ରାଜ୍ୟ ସରକାର କ’ଣ ପାଇଁ ସ୍ୱୀକାର କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଏହି ବିଜେପି ନେତା।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮,୯୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏବେ ବିଭିନ୍ନ ମେଡିକାଲରେ ୧୧,୨୩୫ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯ ଛୁଇଁଲାଣି। 

ଗଞ୍ଜାମ ଜିଲ୍ଲାରେ କରୋନା କୋପ ଥମିବା ନାଁ ଧରୁନି। ଜିଲ୍ଲାରେ କେବଳ ୯୯୯୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୯୦ରେ ପହଞ୍ଚିଲାଣି। ଏହାସତ୍ତ୍ୱେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। କେନ୍ଦ୍ରର ସହଯୋଗ ନେବାକୁ ପଛଘୁଞ୍ଚା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story