ବାହୁବଳୀ ନେତା ଜୟନାରାୟଣଙ୍କୁ ଘରୁ ଉଠାଇନେଲା ପୋଲିସ, କାରଣ କ’ଣ

Ordigital Desk
  • Published: Thursday, 15 March 2018
  • , Updated: 15 March 2018, 11:30 AM IST
<p>ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ବନାବିରା ଗୁଳିକାଣ୍ଡ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଘରେ ଆଜି ପୋଲିସ ଚଢ଼ାଉ କରିଛି। ଏଥିସହ ତାଙ୍କୁ ଏ ସମ୍ପର୍କରେ ପଚରାଉଚରା କରିଛି। ପଦ୍ମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ସୋହେଲା ଥାନାକୁ ନେଉଥିବା ସୂଚନା ମିଳିଛି।</p> <p>ଜୟନାରାୟଣଙ୍କୁ ଘରୁ ନେବା ପରେ SDPO କହିଛନ୍ତି,&ldquo; ବନାବିରା ଗୁଳିକାଣ୍ଡ ଘଟଣାର ଅଧତ୍କ ତଦନ୍ତ ପାଇଁ ତାଙ୍କୁ ନେଇଛୁ। ଗିରଫ କରି ନାହୁଁ, ଅଧତ୍କ ପ୍ରମାଣ ମିଳିଲେ ଗିରଫ କରାଯିବ।&rdquo;</p> <p>ସେହିପରି ଜୟନାରାୟଣ ମିଶ୍ର କହିଛନ୍ତି,&ldquo; ଏହା ରାଜନୈତିକ ଖେଳ। ବନାବିରା ଗୁଳିକାଣ୍ଡ ଘଟଣାରେ କାହାକୁ ଗୁଳି ବାଜିନି ବୋଲି ଭିମସାର ନିର୍ଦ୍ଦେଶକ କହିଛନ୍ତି। ଜଣେ କାହିଁକି କଟକ ସ୍ଥାନାନ୍ତର ହେଲେ, ପରେ ତାଙ୍କର ମୃତ୍ୟୁ ଘଟିଲା ଏହି ଘଟଣାର ତଦନ୍ତ ହେଉ। ମୋତେ ଅଧତ୍କ ତଦନ୍ତ ପାଇଁ ନେଉଥିବା ପୋଲିସ କହିଛି। ଗିରଫ ଦର୍ଶାଇ ନାହାନ୍ତି।&rdquo;</p> <p>ଫେବ୍ରୁଆରୀ ୨୨ ତାରିଖ ରାତିରେ ସୋହେଲାର ବନାବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସୁବ୍ରତ ସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟ ମାନଙ୍କ ନାଁରେ ଏଫ୍ଆଇଆର୍ ଦିଆଯାଇଥିଲା।</p>

Related story