ବନ୍ଧା ହେଲେ ବାହୁବଳୀ ନେତା

Ordigital Desk
  • Published: Thursday, 15 March 2018
  • , Updated: 15 March 2018, 12:40 PM IST
<p>ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ବରଗଡ ଜିଲ୍ଲା ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କରିଛି। ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡା ସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା।&nbsp; ପରେ ତାଙ୍କୁ ଓ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଥିଲା।</p> <p>ଗତ ଫେବ୍ରୁଆରୀ ୨୨ ତାରିଖ ରାତିରେ ସୋହେଲାର ବନାବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ସୁବ୍ରତ ସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୂର୍ବତନ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ନାଁରେ ଏଫ୍ଆଇଆର୍ ଦିଆଯାଇଥିଲା।&nbsp; ପୋଲିସ ପୂର୍ବରୁ ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା।</p>

Related story