ବିଜେପୁରରେ ବିଜେଡି ପାଇଁ କାମ କରୁଛି ପୋଲିସ୍‌ ?

Ordigital Desk
  • Published: Wednesday, 14 February 2018
  • , Updated: 14 February 2018, 07:36 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନକୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନାଁରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଅଭିଯୋଗ କରିଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ସିଂହଙ୍କ ଦ୍ୱାରା ପ୍ରଭାବିତ ହୋଇ ପୋଲିସ ବିଜେଡିକୁ ସୁହାଇବା ଭଳି କାମ କରୁଛି ବୋଲି ଦଳ କହିଛି।</p> <p>ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପଦ୍ମପୁର ଆଡୁ ବିଜେପୁର ଓ ଗାଇସିଲଟ ବ୍ଲକର ପ୍ରବେଶ ପଥ ତେଲମହୁଲ ଛକରେ ପୋଲିସ ଏକ ଯାଞ୍ଚ ଫାଟକ କରିଛି। ସବୁ ଗାଡ଼ିକୁ ଯାଞ୍ଚ କରିବା ଆଳରେ ପୋଲିସ କେବଳ ବିଜେଡି ଗାଡିକୁ ଛାଡୁଛି ଓ ବିଜେପି ସମର୍ଥକଙ୍କୁ ଯିବାକୁ ଦେଉନାହିଁ।</p> <p>ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତେଲମହୁଲ ଛକରେ ସିସିଟିଭି ଲଗାଇବାକୁ ଦାବି କରିଛି। ଏହା ସହ ସେଠାରେ ୨୪ ଘଣ୍ଟିଆ ପୋଲିସ ମୁତୟନ ଓ ନିୟମିତ ଯାଞ୍ଚ ବ୍ୟବସ୍ଥା କରିବାକୁ ଦାବି କରିଛି।</p> <p>ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ଅରୁଣ ସାହୁ କ&rsquo;ଣ କହୁଛନ୍ତି, ଶୁଣନ୍ତୁ ଏହି ଭିଡିଓ।</p>

Related story