Advertisment

Death: ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

ଶଙ୍କର୍ଷଣ ପରିଡ଼ା ପୁରୀ ସଦର ବ୍ଳକର ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ରାଜ୍ୟ କତାଶିଳ୍ପ ନିଗମର ଅଧ୍ୟକ୍ଷ ମଧ୍ୟ ରହିଥିଲେ। ସେହିପରି ଓଡ଼ିଶା ରାଜ୍ୟ ପଞ୍ଚୟତ ପରିଷଦର ସଭାପତି ଭାବେ କାର୍ଯ୍ୟ କରିଥିଲେ।

Shankarshan Parida

ଶଙ୍କର୍ଷଣ ପରିଡ଼ା

Advertisment

କବି ତଥା ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍‌ସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 

Advertisment

ଶଙ୍କର୍ଷଣ ପରିଡ଼ା ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଦୀର୍ଘଦିନ ହେବ ତାଙ୍କର ଚିକିତ୍ସା ଚାଲିଥିଲା। କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ ଓ ମୁମ୍ବାଇର ଟାଟା ମେମୋରିଆଲ ହସ୍‌ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଅଧ୍ୟାପିକା ପତ୍ନୀ ଓ ଦୁଇ ଝିଅ ଉପସ୍ଥିତ ଥିଲେ। 

ଶଙ୍କର୍ଷଣ ପରିଡ଼ା ପୁରୀ ସଦର ବ୍ଳକର ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ରାଜ୍ୟ କତାଶିଳ୍ପ ନିଗମର ଅଧ୍ୟକ୍ଷ ମଧ୍ୟ ରହିଥିଲେ। ସେହିପରି ଓଡ଼ିଶା ରାଜ୍ୟ ପଞ୍ଚୟତ ପରିଷଦର ସଭାପତି ଭାବେ କାର୍ଯ୍ୟ କରିଥିଲେ। 

Advertisment

ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶଙ୍କର୍ଷଣ ପରିଡ଼ାଙ୍କ ଦେହାନ୍ତ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଆଦର୍ଶ, କର୍ତ୍ତବ୍ୟନିଷ୍ଠା ଓ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନା ପାଇଁ ସେ ଚିରସ୍ମରୀଣୀୟ ହୋଇ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe