ଚିଙ୍ଗୁଡି ଘେରି ପାଇଁ ରଣକ୍ଷେତ୍ର ପାଲଟିଲା ଥାନା: ଅଫିସ୍‌ ଭାଙ୍ଗିଲେ, ଗାଡି ପୋଡ଼ିଲେ ଆନ୍ଦୋଳନକାରୀ

ବ୍ରହ୍ମଗିରି( ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକରେ ଚିଙ୍ଗୁଡି ଘେରି ବିବାଦକୁ ନେଇ ବିଜେପି ଯୁବମୋର୍ଚ୍ଚା, ଲୁଲୁସେନା କର୍ମୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ୨ ଘଣ୍ଟା ପାଇଁ ରଣକ୍ଷେତ୍ର ପାଲଟିଥିଲା କୃଷ୍ଣପ୍ରସାଦ ଥାନା। ଆନ୍ଦୋଳନକାରୀମାନେ ପାଚେରୀ ଡେଇଁ ଥାନାରେ ପଶି କବାଟ, ଝରକା, ଫ୍ୟାନ ଆଦି ଆସବାବପତ୍ର ଭାଙ୍ଗିବା ସହ ମାଜିଷ୍ଟ୍ରେଟଙ୍କ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏହାସହ ଥାନାକୁ ଟେକାପଥର ମାଡ କରିଥିଲେ। ଖବରପାଇ କୃଷ୍ଣ ପ୍ରସାଦ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ଆନ୍ଦୋଳନକାରୀମାନେ ତାଙ୍କୁ ଥାନା ଭିତରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ କୃଷ୍ଣ ପ୍ରସାଦ ବ୍ଲକ ଜମୁନା ଗାଁ ଓ ଅଲଣ୍ଡା ପାଟଣା ମଧ୍ୟରେ ଚିଙ୍ଗୁଡି ଘେରିକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ ହୋଇଥିଲା। ଏହି ବିବାଦରେ ପୋଲିସ ଅଲଣ୍ଡା ପାଟଣା ଗାଁରୁ ପ୍ରଥମେ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ଜମୁନା ଗାଁରୁ କାହାକୁ ଗିରଫ କରି ନ ଥିଲା। ଯାହାକୁ ନେଇ ଆଜି ଏହି ତୁମୁଳକାଣ୍ଡ ଘଟିଛି। ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ଓ ଲୁଲୁ ସେନା ୨୪ ତାରିଖରେ ଥାନା ଘେରାଉ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ।

Ordigital Desk
• Published: Wednesday, 24 January 2018
• Updated: 24 January 2018, 06:19 PM IST

Sports

Latest News

ବ୍ରହ୍ମଗିରି( ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକରେ ଚିଙ୍ଗୁଡି ଘେରି ବିବାଦକୁ ନେଇ ବିଜେପି ଯୁବମୋର୍ଚ୍ଚା, ଲୁଲୁସେନା କର୍ମୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ୨ ଘଣ୍ଟା ପାଇଁ ରଣକ୍ଷେତ୍ର ପାଲଟିଥିଲା କୃଷ୍ଣପ୍ରସାଦ ଥାନା। ଆନ୍ଦୋଳନକାରୀମାନେ ପାଚେରୀ ଡେଇଁ ଥାନାରେ ପଶି କବାଟ, ଝରକା, ଫ୍ୟାନ ଆଦି ଆସବାବପତ୍ର ଭାଙ୍ଗିବା ସହ ମାଜିଷ୍ଟ୍ରେଟଙ୍କ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏହାସହ ଥାନାକୁ ଟେକାପଥର ମାଡ କରିଥିଲେ। ଖବରପାଇ କୃଷ୍ଣ ପ୍ରସାଦ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ଆନ୍ଦୋଳନକାରୀମାନେ ତାଙ୍କୁ ଥାନା ଭିତରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ କୃଷ୍ଣ ପ୍ରସାଦ ବ୍ଲକ ଜମୁନା ଗାଁ ଓ ଅଲଣ୍ଡା ପାଟଣା ମଧ୍ୟରେ ଚିଙ୍ଗୁଡି ଘେରିକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ ହୋଇଥିଲା। ଏହି ବିବାଦରେ ପୋଲିସ ଅଲଣ୍ଡା ପାଟଣା ଗାଁରୁ ପ୍ରଥମେ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ଜମୁନା ଗାଁରୁ କାହାକୁ ଗିରଫ କରି ନ ଥିଲା। ଯାହାକୁ ନେଇ ଆଜି ଏହି ତୁମୁଳକାଣ୍ଡ ଘଟିଛି। ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ଓ ଲୁଲୁ ସେନା ୨୪ ତାରିଖରେ ଥାନା ଘେରାଉ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos