ନିରପେକ୍ଷ ପୋଷ୍ଟାଲ ଭୋଟିଂ ଦାବି କଲା ବିଜେପି, କମିଶନଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ଭୋଟକୁ ସରକାରୀ ଅଧିକାରୀମାନେ ଜାଲିଆତି କରି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଉଛନ୍ତି। ତେଣୁ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ପୋଷ୍ଟାଲ ଭୋଟିଂକୁ ବାତିଲ କରି ନିରପେକ୍ଷ ପୋଷ୍ଟାଲ ଭୋଟିଂ କରିବା ନିମନ୍ତେ ବିଜେପି ଦାବି କରିଛି। ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏନେଇ ଦାବିପତ୍ର ଦେବା ସହ ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ପୁଣିଥରେ ପୋଷ୍ଟାଲ ଭୋଟିଂ କରିବାକୁ ଦାବି […]

BJP

Tapas Behera
  • Published: Tuesday, 27 October 2020
  • , Updated: 27 October 2020, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ଭୋଟକୁ ସରକାରୀ ଅଧିକାରୀମାନେ ଜାଲିଆତି କରି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଉଛନ୍ତି। ତେଣୁ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ପୋଷ୍ଟାଲ ଭୋଟିଂକୁ ବାତିଲ କରି ନିରପେକ୍ଷ ପୋଷ୍ଟାଲ ଭୋଟିଂ କରିବା ନିମନ୍ତେ ବିଜେପି ଦାବି କରିଛି।

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏନେଇ ଦାବିପତ୍ର ଦେବା ସହ ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ପୁଣିଥରେ ପୋଷ୍ଟାଲ ଭୋଟିଂ କରିବାକୁ ଦାବି କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ତିର୍ତ୍ତୋଲ ଉପନିର୍ବାଚନରେ ସରକାରୀ ଅଧିକାରୀମାନେ ଶାସକ ଦଳ ପ୍ରାର୍ଥୀଙ୍କୁୁ ଜିତାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ପ୍ରିଜାଇଡିଂ ଅଫିସର ପୋଷ୍ଟାଲ ଭୋଟକୁ ଜାଲିଆତି କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଉଛନ୍ତି। ଏନେଇ ବିଜେପି ଆଜି ଏକ ସ୍ମାରକ ପତ୍ର ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ ଅନୁଯାୟୀ ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ କରୋନା ଆକ୍ରାନ୍ତଙ୍କୁ ପୋଷ୍ଟାଲ ବାଲାଟରେ ଭୋଟ ଦେବା ପାଇଁ ଅନୁମତି ରହିଛି। କିନ୍ତୁ ତିର୍ତ୍ତୋଲରେ ଏହି ନିୟମର ଅପବ୍ୟବହାର କରି ପ୍ରିଜାଇଡିଂ ଅଫିସର ବିଜେଡି ସପକ୍ଷରେ ଭୋଟ ଆଦାୟ କରୁଛନ୍ତି। ପ୍ରିଜାଇଡିଂ ଅଫିସର ମୁଖ୍ୟ ନିର୍ବାଚନ କମିଶନଙ୍କ ପୋଷ୍ଟାଲ ବାଲାଟ ଭୋଟିଂ ଗାଇଡଲାଇନ ଏବଂ ନିର୍ବାଚନ ଅଧିନିୟମ ୧୯୬୧କୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କ ଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ପୋଷ୍ଟାଲ ଭୋଟ ସଂଗ୍ରହ ସମୟରେ ପ୍ରିଜାଇଡିଂ ଅଫିସର ଓ ବୁଥ ଲେଭଲ ଏଜେଂଟମାନେ ଭୋଟ ଜାଲିଆତି କରିବା ପାଇଁ ଲଫାପାକୁ ସିଲ୍ କରିବା ପରିବର୍ତ୍ତେ ଖୋଲା ଛାଡ଼ିଦେଉଛନ୍ତି। ଏହା ଦ୍ୱାରା ମତଦାତାଙ୍କ ଗୋପନୀୟତା କ୍ଷୂଣ୍ଣ ହେଉଛି। ଅନେକ ସ୍ଥାନରେ ଦସ୍ତଖତ କିମ୍ବା ଟିପଚିହ୍ନ ନନେଇ ଭୋଟକୁ ଜାଲିଆତି କରି ଶାସକ ଦଳ ସପକ୍ଷରେ ଭୋଟ କରାଯାଉଛି। ଏସବୁ ବ୍ୟତୀତ ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଜେପି ନେତା ଯତୀନ ମହାନ୍ତି,  ଜଗନ୍ନାଥ ପ୍ରଧାନ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Related story