କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗରେ ବିଜେପି ଆଜି କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଭେଟି ଫେରାଦ ହୋଇଛି। ବିଜେପି ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ମିଳିତ ଭାବେ ଯାଇ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ବି.ଅମୃତାଭଲ୍ଲୀଙ୍କୁ ଭେଟି ଆଗାମୀ ନିର୍ବାଚନକୁ ମୁକ୍ତ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଦାବି ଜଣାଇଛନ୍ତି। […]

lekhashree

Tapas Behera
  • Published: Thursday, 29 October 2020
  • , Updated: 29 October 2020, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗରେ ବିଜେପି ଆଜି କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଭେଟି ଫେରାଦ ହୋଇଛି।

ବିଜେପି ସାଂସଦ ବିଶେଶ୍ୱର ଟୁଡୁ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ମିଳିତ ଭାବେ ଯାଇ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ବି.ଅମୃତାଭଲ୍ଲୀଙ୍କୁ ଭେଟି ଆଗାମୀ ନିର୍ବାଚନକୁ ମୁକ୍ତ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଦାବି ଜଣାଇଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି। ଏହା ସହ ଶାସକ ଦଳ ସରକାରୀ କଳ ଏବଂ ପୋଷ୍ଟାଲ ବାଲାଟ ଭୋଟିଂରେ ଜାଲିଆତି କରି ଭୋଟକୁ ନିଜ ସପକ୍ଷକୁ ନେବାକୁ ଉଦ୍ୟମ ଚଲାଇଛି।

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ବିଜେଡି ନିର୍ଦ୍ଦେଶରେ ଚାଲିଛିା ବେଆଇନ ଭାବେ ରାସ୍ତାଘାଟ ନିର୍ମାଣ କରିବା, ନୂଆ ଟ୍ରାନ୍ସଫରମର ଲଗାଇବା, ବିଦ୍ୟୁତ ଖୁଂଟି ପକାଇବା ଓ ପୋଷ୍ଟାଲ ବାଲାଟ ଭୋଟିଂରେ ବ୍ୟାପକ ଜାଲିଆତି କରି ସରକାରୀ କଳକୁ ଅପବ୍ୟବହାର କରୁଥିବାରୁ ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ଦାବି କରିଛି। ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ସଦର ବ୍ଲକ ସିନ୍ଧିଆ ପଂଚାୟତେରେ ଟ୍ରକରେ ମୋରମ ଆସି ରାସ୍ତା କାମ ହେବା ପାଇଁ ପକାଯାଇଛି। ବିଜେଡି ନେତା ଓ ବିଧାୟକମାନେ ଲୋକଙ୍କୁ ବିଭିନ୍ନ ମନଲୋଭା ପ୍ରତିଶୃତି ଦେଇ ଭୋଟ ହାତେଇବା ପାଇଁ ଅପଚେଷ୍ଟା କରୁଛନ୍ତି, ଯାହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏନେଇ ବିଜେପି ପକ୍ଷରୁ ରିଟଣ୍ଣିଂ ଅଫିସର, ଜିଲ୍ଲାପାଳ ଏବଂ ଏସପିଙ୍କ ଆଗରେ ବାରମ୍ବାର ଅଭିଯୋଗ କଲା ପରେ ବି ବିଜେଡି ବିରୁଦ୍ଧରେ କୌଣସି କାର୍ଯ୍ୟାାନୁଷ୍ଠାନ ନିଆଯାଇନାହିଁ।

ସେହିପରି ଜଣେ ଏସଏଚଜି ଓ ବିଟିଏମ ଲିଡର କୁସୁମ ଦେ ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ସାମିଲ ହୋଇ ସଦର ବ୍ଲକ ପାତ୍ରପଡ଼ା ପଂଚାୟତ ରସକଡ଼ା ଗାଁରେ ବ୍ୟାପକ ଭାବେ ଜରି ପାଲ ବଂଟନ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ଜିତାଇବା ଲାଗି ପ୍ରବର୍ତ୍ତାଇଥିଲେ। ଅକ୍ଟୋବର ୧୮ ତାରିଖରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପାରିଖି ପଂଚାୟତରେ ପ୍ରଚାର କରି ବିଦ୍ୟୁତ ସଂଯୋଗୀକରଣ, ଅପଗ୍ରେଡ ଟ୍ରାନ୍ସଫରମର, ୩ ଫେଜ୍ ଲାଇନ ସଂଯୋଗୀକରଣ, ରାସ୍ତା ମରାମତି ଓ ଟ୍ୟୁବୱେଲ ଖୋଳିବା ନେଇ ଭୋଟରଙ୍କୁ ପ୍ରତିଶୃତି ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିଲେ। ଅକ୍ଟୋବର ୧୯ ତାରିଖ ଦିନ ରାତିରେ ଏକ ଗାଡ଼ିରେ ମନ୍ତ୍ରୀଙ୍କ ପ୍ରତିଶୃତି ଅନୁଯାୟୀ ବିଦ୍ୟୁତ ଖୁଂଟି ଏକ ଗାଡ଼ିରେ ଲୋଡ୍ ହୋଇ ଆସିଥିଲା।

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଭାବେ ଏହି କାର୍ଯ୍ୟ କରାଯାଇଥିଲା। ଏନେଇ ମନ୍ତ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବିଜେଡିକୁ ଜିତାଇବା ଲକ୍ଷ୍ୟରେ ପୋଷ୍ଟାଲ ବାଲାଟ ଭୋଟିଂରେ ବ୍ୟାପକ ଜାଲିଆତି କରାଯାଉଛି। ବୁଥ ଲେବଲ ଅଫିସର ପୂର୍ଣ୍ଣିମା ସାମନ୍ତ ପୋଷ୍ଟାଲ ବାଲାଟ ସଂଗ୍ରହ ସମୟରେ ବେନିୟମ କାର୍ଯ୍ୟ କରିଥିବାରୁ ତାଙ୍କୁୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ବିଜେପି ଦାବି କରିଛି।

Related story