ବିଜେପି ମହିଳା ସମାବେଶରେ ଅଭିନେତ୍ରୀ ପାଲଟିଲେ ଆକର୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରେ ମହିଳାଙ୍କୁ ଏକାଠି କରିବାକୁ ଚେଷ୍ଚାରେ ଅଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଚେଷ୍ଟା ଚଳାଇଛି, ଦଳରେ ସାମିଲ୍ ହୋଇଥିବା ଓଡ଼ିଆ ଫିଲ୍ମ ଅଭିନେତ୍ରୀମାନଙ୍କୁ ନେଇ ମହିଳାଙ୍କ ପାଖରେ ପହଞ୍ଚିଲେ, ଦଳ ବେଶୀ ଉପକୃତ ହୋଇପାରିବ। ଏହି ପରିପ୍ରେ‍କ୍ଷୀରେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଅଂଚଳରେ ଅନୁଷ୍ଠିତ ହୋଇଯାଇଛି ଏକ ବଡ଼ ମହିଳା ସମ୍ମିଳନୀ। ଆଜି ନିମାପଡ଼ା ନିକଟ ଚଅଁରପଦା ମେଳନ ପଡ଼ିଆ ନିକଟରେ ନିମାପଡ଼ା ବିଜେପି ପକ୍ଷରୁ ଏକ […]

Bjp mahila

Ordigital Desk
  • Published: Wednesday, 11 April 2018
  • , Updated: 11 April 2018, 06:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃଣମୂଳ ସ୍ତରରେ ମହିଳାଙ୍କୁ ଏକାଠି କରିବାକୁ ଚେଷ୍ଚାରେ ଅଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଚେଷ୍ଟା ଚଳାଇଛି, ଦଳରେ ସାମିଲ୍ ହୋଇଥିବା ଓଡ଼ିଆ ଫିଲ୍ମ ଅଭିନେତ୍ରୀମାନଙ୍କୁ ନେଇ ମହିଳାଙ୍କ ପାଖରେ ପହଞ୍ଚିଲେ, ଦଳ ବେଶୀ ଉପକୃତ ହୋଇପାରିବ। ଏହି ପରିପ୍ରେ‍କ୍ଷୀରେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଅଂଚଳରେ ଅନୁଷ୍ଠିତ ହୋଇଯାଇଛି ଏକ ବଡ଼ ମହିଳା ସମ୍ମିଳନୀ।

ଆଜି ନିମାପଡ଼ା ନିକଟ ଚଅଁରପଦା ମେଳନ ପଡ଼ିଆ ନିକଟରେ ନିମାପଡ଼ା ବିଜେପି ପକ୍ଷରୁ ଏକ ବିରାଟ ମହିଳା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଗୋପ ଏବଂ ନିମାପଡ଼ା ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ବହୁ  ସଂଖ୍ୟାରେ ସ୍ଥାନୀୟ ମହିଳା ଯୋଗ ଦେଇଥିଲେ। ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏଠାରେ ଆକର୍ଷଣ ଥିଲେ ଦଳର ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ ଏବଂ ଅନୁ ଚୌଧୁରୀ। ଏମାନଙ୍କୁ ଦେଖିବାକୁ ମହିଳା ମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏମାନେ ମଧ୍ୟ ଭାଷଣ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା।

Related story