ବାର୍‌ ଆସୋସିଏସନରେ ଦୁଇ ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର୍ ଭିତରକୁ ଯାଇ ଆଇନଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ସେ ନିବେଦନ କରିଛନ୍ତି। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ। ଆଇନ୍‌ଜୀବୀଙ୍କୁ ଭେଟିବା ପରେ ଶ୍ରୀମତୀ […]

bjp-mp-and-mla-candidates-reach-out-to-lawyers-for-votes111

Manoranjan Sial
  • Published: Thursday, 11 April 2019
  • , Updated: 11 April 2019, 04:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର୍ ଭିତରକୁ ଯାଇ ଆଇନଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ସେ ନିବେଦନ କରିଛନ୍ତି। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ।

ଆଇନ୍‌ଜୀବୀଙ୍କୁ ଭେଟିବା ପରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି-“ଆଶାଠାରୁ ଅଧିକ ସମର୍ଥନ ମିଳୁଛି। ଆମେ ଯେଉଁ ଗାଁକୁ ଯାଉଛୁ, ସେଠାରୁ ଲୋକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି।”

ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଭୁବନେଶ୍ୱର ବାରକୁ ଯାଇ ଭୋଟ୍ ମାଗିଥିଲେ।

Related story