ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ରାଜ୍ୟ ବିଜେପି ସାଂସଦ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ରାଜ୍ୟରେ ଅଟକି ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ସାଂସଦମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଅଟକି ରହିଥିବା ସମସ୍ତ ରେଳବାଇ ପ୍ରକଳ୍ପ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ଓଡ଼ିଶାର ରେଳ ପ୍ରକଳ୍ପ ବିଷୟରେ ସାଂସଦମାନଙ୍କ ସହ କଥା ହେବା ସହ ସବୁ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି […]

BJP

Manoranjan Sial
  • Published: Thursday, 12 August 2021
  • , Updated: 12 August 2021, 10:04 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ରାଜ୍ୟରେ ଅଟକି ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ସାଂସଦମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଅଟକି ରହିଥିବା ସମସ୍ତ ରେଳବାଇ ପ୍ରକଳ୍ପ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦମାନେ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି।

ଓଡ଼ିଶାର ରେଳ ପ୍ରକଳ୍ପ ବିଷୟରେ ସାଂସଦମାନଙ୍କ ସହ କଥା ହେବା ସହ ସବୁ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ କ୍ଷେତ୍ରରେ ଓଡ଼ିଶାର ସାମଗ୍ରିକ ବିକାଶ ହେଉ, ଏହି ଲକ୍ଷ୍ୟ ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି-“ରାଜ୍ୟରେ ଚାଲିଥିବା ରେଲୱେ ପ୍ରକଳ୍ପ ସମ୍ପର୍କରେ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା କଲୁ। ସେ ଆମର ସବୁ କଥା ଶୁଣିଲେ। ରେଳ ପ୍ରକଳ୍ପ ନେଇ ସନ୍ତୋଷଜନକ ଉତ୍ତର ଦେଇଛନ୍ତି।

Related story