ଜଗମୋହନ ମରାମତିରେ ବିଳମ୍ବ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ବିଜେପି ନେତା

ନୂଆଦିଲ୍ଲୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାମରେ ବିଳମ୍ବ ହେଉଥିବା ନେଇ ବିଜେପିର ୪ ଜଣ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲୀପ ରାୟ, କେଭି ସିଂହଦେଓ ଏବଂ ସଙ୍ଗୀତା ସିଂହଦେଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଜି ଆଲୋଚନା କରିଛନ୍ତି। ପିଏମ୍‌ଓର ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ଜଗମୋହନ ମରାମତି କାମର ତଦାରଖ କରିବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ଜୀତେନ୍ଦ୍ର ସିଂହଙ୍କୁ ଏହାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନରେ ଏ ନେଇ ମନ୍ତ୍ରୀ ସିଂହ […]

bjp mp's meet pm

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 10:53 AM IST

ନୂଆଦିଲ୍ଲୀ: ଶ୍ରୀମନ୍ଦିର ଜଗମୋହନ ମରାମତି କାମରେ ବିଳମ୍ବ ହେଉଥିବା ନେଇ ବିଜେପିର ୪ ଜଣ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲୀପ ରାୟ, କେଭି ସିଂହଦେଓ ଏବଂ ସଙ୍ଗୀତା ସିଂହଦେଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଜି ଆଲୋଚନା କରିଛନ୍ତି। ପିଏମ୍‌ଓର ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ଜଗମୋହନ ମରାମତି କାମର ତଦାରଖ କରିବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ଜୀତେନ୍ଦ୍ର ସିଂହଙ୍କୁ ଏହାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନରେ ଏ ନେଇ ମନ୍ତ୍ରୀ ସିଂହ ଏବଂ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ମଧ୍ୟରେ ବୈଠକ ବସିବ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ବିଜୟ ମହାପାତ୍ର କହିଛନ୍ତି, “ଜଗନ୍ନାଥଙ୍କ କାମରେ ଏଏସ୍‌ଆଇ କୌଣସି ପ୍ରକାର ବିରୋଧ କରିବା ଉଚିତ ନୁହେଁ। ଯେତେ ଟେକ୍ନିକାଲ ଇନ୍‌ପୁଟ୍‌ ଦରକାର ତାକୁ ନିଆଯାଉ ଓ ଏହି କାମକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ତଦାରଖ କରାଯାଉ ବୋଲି ଆମେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲୁ। ଏହାକୁ ପ୍ରଧାନମନ୍ତ୍ରୀ ଆଗ୍ରହର ସହ ଶୁଣିଥିଲେ।”

ବିଧାୟକ ଦିଲୀପ ରାୟ କହିଛନ୍ତି, “ଜଗମୋହନ ମରାମତି କାମ ବହୁ ଧିମା ହେଉଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହାକୁ ହୃଦୟଙ୍ଗମ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀଙ୍କୁ ତୁରନ୍ତ ବୈଠକ କରି ଏ ନେଇ ଆଲୋଚନା କରିବାକୁ କହିଛନ୍ତି। ଅପରାହ୍ନରେ ଏହାକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ ଏବଂ ମହେଶ ଶର୍ମାଙ୍କ ମଧ୍ୟରେ ଆଲୋଚନା ହେବ।”

Related story