ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଡ଼ିଶା ରିପୋର୍ଟର’ ବିଶ୍ଲେଷଣାତ୍ମକ ରିପୋର୍ଟର ପ୍ରଭାବ। ବୁଧବାର ଓଡ଼ିଶା ରିପୋର୍ଟରରେ ରିପୋର୍ଟ ପ୍ରକାଶ ପାଇଲା ଯେ ଅଯଥା ରାଜନୀତି ପାଇଁ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ମିଶି ପାରୁନାହିଁ। ଆଜି ଦିଲ୍ଲୀରେ ତା’ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବର୍ତ୍ତମାନ ସଂସଦ ଅଧିବେଶନ ଚାଲିଥିବା ବେଳେ ରାଜ୍ୟର ତିନି ବିଜେପି ମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ସାକ୍ଷାତ କରିଛନ୍ତି।ଓଡ଼ିଶାରେ ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତୀଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
https://twitter.com/dpradhanbjp/status/1603307970141753344?s=20&t=l5xOwF5pCfrb4rncB2py3Q
ସେମାନେ ଦର୍ଶାଇଛନ୍ତି, ୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟଠାରୁ କମ୍। ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ଶିଶୁ, କିଶୋର, ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ଓଡ଼ିଶାରେ ନୂଆ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ ଓ ଗ୍ରାମାଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦ ଖାଲିପଡ଼ିଛି। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି।
https://twitter.com/dpradhanbjp/status/1603307966710841344?s=20&t=l5xOwF5pCfrb4rncB2py3Q
ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ୨୦୧୧ର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା-ଏସଇସିସି ତାଲିକା ବାହାରେ ଥିବା ଲୋକମାନେ ମଧ୍ୟ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବେ। ରାଜ୍ୟ ନିଜ ପାଣ୍ଠିରୁ ଅଧିକ ଲୋକ ଯୋଡ଼ି ପାରିବ।
https://twitter.com/dpradhanbjp/status/1603307597368815617?s=20&t=l5xOwF5pCfrb4rncB2py3Q
ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ। ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ସରକାର ଆୟୁଷ୍ମାନ ଭାରତକୁ ନିଜ ଯୋଜନାରେ ମିଶାଉନଥିବାରୁ ରାଜ୍ୟ ଆର୍ଥିକ କ୍ଷତି ସହୁଛି ବୋଲି ବୁଧବାର ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।