ଆଦିବାସୀ ମହିଳାଙ୍କୁ ନ୍ୟାୟ ଦାବିରେ ରାଜ୍ୟ ମାନବାଧିକାରଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯିବା ମାମଲାରେ ନ୍ୟାୟ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛି। ଏହାସହିତ ସ୍ୱତନ୍ତ୍ର ଭାବେ ତଦନ୍ତ କରି ଦୋଷୀଙ୍କୁ ଉଚିତ୍‌ ଦଣ୍ଡ ଦେବା ସହ ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ବିଜେପି ଦାବି କରିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ୩ […]

lekhashree

lekhashree

Tapas Behera
  • Published: Wednesday, 24 June 2020
  • Updated: 24 June 2020, 08:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯିବା ମାମଲାରେ ନ୍ୟାୟ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛି। ଏହାସହିତ ସ୍ୱତନ୍ତ୍ର ଭାବେ ତଦନ୍ତ କରି ଦୋଷୀଙ୍କୁ ଉଚିତ୍‌ ଦଣ୍ଡ ଦେବା ସହ ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ବିଜେପି ଦାବି କରିଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଗତ ମେ’ ୭ତାରିଖ ଦିନ ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମା ଭୂମିଆଙ୍କ ସହ ଦୁଷ୍କର୍ମ ହୋଇଛି। ତାଙ୍କୁ ହସ୍ପିଟାଲ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ସ୍ୱାମୀ ବୁଦୁରା ଗଉଡ଼ଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲେ ଓ ତାଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ରହିଥିଲା। ତାଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ବୁଦୁରା ଗଉଡ଼ ଥାନାରେ ଏତଲା ଦେଇଥିଲେ ମଧ୍ୟ ଦେଢ଼ମାସ ପରେ ବି ପୁଲିସ୍ ଚୁପ୍ ବସିଛି। ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରାଯାଉନଥିବାରୁ ଏହି ଘଟଣାରେ ପୁଲିସର ସମ୍ପୃକ୍ତି ରହିଥିବା ତଥା ଏହାକୁ ସରକାରୀସ୍ତରରେ ଚାପି ଦିଆଯାଉଥିବା ମନରେ ଆଶଙ୍କା ହେଉଛି।

ବିଜେପି ପ୍ରତିନିଧିମଣ୍ଡଳୀର ଅଭିଯୋଗ ରାଜ୍ୟ ମାନବାଧିକାର କମିଶନ ଶୁଣିବା ପରେ ପୀଡ଼ିତାର ସଂପର୍କୀୟଙ୍କୁ ନ୍ୟାୟ ଅନୁଯାୟୀ ଅନୁକଂପା ରାଶି ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୦ ଦିନରେ ପୋଷ୍ଟମର୍ଟମ ରିପୋର୍ଟକୁ ଓଏଚଆରସିଙ୍କ କୋର୍ଟରେ ଦାଖଲ କରିବା ପାଇଁ ଓଏଚଆରସି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା କଥା ନିଜେ କମିଶନ ପ୍ରତିନିଧି ମଣ୍ଡଳୀଙ୍କୁ ଜଣାଇଛନ୍ତି। ଓଏଚଆରସି ଏହି ଘଟଣାର ଶୁଣାଣି କରି ଦୋଷୀକୁ ଚିହ୍ନଟ କରି ଦଣ୍ଡିତ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଆଗାମୀ ଦିନରେ ଓଏଚଆରସିଙ୍କ କୋର୍ଟରେ ଶୁଣାଣୀ ତାରିଖକୁ ବିଜେପି ଅପେକ୍ଷା କରିଛି। ଶୁଣାଣି ସମୟରେ ତଥ୍ୟ ପ୍ରମାଣ ସହ ଉପସ୍ଥିତ ହେବୁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story