ବେକାରୀ ସମସ୍ୟା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଯୁବ ବିଜେପିର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ ବେକାରୀ ସମସ୍ୟା ପ୍ରତିବାଦରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକ ସରକାର ରାଜ୍ୟର ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଯୁବ ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଓ ରାଜ୍ୟରେ […]

bjp-lea

bjp-lea

Manoranjan Sial
  • Published: Thursday, 20 February 2020
  • Updated: 20 February 2020, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ ବେକାରୀ ସମସ୍ୟା ପ୍ରତିବାଦରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକ ସରକାର ରାଜ୍ୟର ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ଯୁବ ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଓ ରାଜ୍ୟରେ ଥିବା ଘରୋଇ କମ୍ପାନୀଗୁଡ଼ିକରେ ଓଡ଼ିଆ ଯୁବକଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେବା, ଶିକ୍ଷିତଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା, ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ନହେବା, ରାଜ୍ୟରେ ଥିବା ଘରୋଇ କଂପାନୀମାନଙ୍କରେ ଓଡିଆ ଯୁବକମାନଙ୍କୁ ନିଯୁକ୍ତି ନମିଳିବା, ନିଯୁକ୍ତି ମେଳା ନାଁରେ ଶାସକ ଦଳର ନେତା ଚାନ୍ଦା ଆଦାୟ କରିବା ବିରୁଦ୍ଧରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଲି ପୂର୍ବରୁ ଦଳୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଶାସକ ବିଜେଡିର ଅପାରଗତ ଓ ସ୍ଥାଣୁତା କାରଣରୁ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତା ଥିବା ସତ୍ୱେ ଆଜି ଓଡିଆ ଯୁବକ ଯୁବତୀମାନେ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଯୁବକ ଯୁବତୀଙ୍କ ହକର ଲଢେଇ ପାଇଁ ବିଜେପି ସଂଘର୍ଷ ଜାରି ରଖିବା ବିଜେପି ଅଭିଯୋଗ କରିଛି ଯେ, ନିଯୁକ୍ତି ମେଳା ନାଁରେ ଶାସକ ବିଜେଡିର ବିଧାୟକ ଓ ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି। ଓଡ଼ିଆ ଯୁବକଯୁବତୀମାନଙ୍କୁ ରାଜ୍ୟ ସରକାର ଧୋକା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶା ଏବେ ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି। ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକଯୁବତୀ ଚାକିରି ପାଇଁ ନାମ ପଞ୍ଜିକୃତ କରିଥିଲେ ହେଲେ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ନିଯୁକ୍ତି ମିଳିଛି। ଯାହାକି ନିଯୁକ୍ତି ହାର ମାତ୍ର ୧%। ସେହିପରି ରାଜ୍ୟ ସରକାରଙ୍କର ସ୍କିଲଡ୍ ଓଡିଶା କାର୍ଯ୍ୟକ୍ରମ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୯୩,୦୧୧ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨୧,୬୮୧ ନିଯୁକ୍ତି ପାଇଛନ୍ତି।

ସରକାରଙ୍କର ନିଶ୍ଚିନ୍ତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡିଆ ଯୁବପିଢୀଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ୯ ଲକ୍ଷ ୨୧ ହଜାର ଶିକ୍ଷିତ ବେକାରି ଅଛନ୍ତି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ,ଯୁବନୀତି ଏବଂ ବିଜୁ ଯୁବ ବାହିନୀ ପ୍ରୋଗ୍ରାମ ପୁରା ଫେଲ୍ ହୋଇଛି । ରାଜ୍ୟରେ ଖାଲିଥିବା ପଦବୀଗୁଡିକୁ ରାଜ୍ୟସରକାର ତୁରନ୍ତ ପୂରଣ କରିବା ସହ ଘରୋଇ କଂପାନୀମାନଙ୍କରେ ଓଡ଼ିଆ ଯୁବକଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ। ନଚେତ୍ ଆଗାମୀ ଦିନରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଶ୍ରୀ ତ୍ରୀପାଠୀ ଚେତାବନୀ ଦେଇଛନ୍ତି।

ଏହି ପ୍ରତିବାଦ ପଦଯାତ୍ରାରେ ବିଶ୍ୱରଞ୍ଜନ ବଡ଼ଜେନା, ସତ୍ୟବାଦୀ ଚଇନି, ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ଅଭିଷେକ ଆଚାର୍ଯ୍ୟ, ସ୍ୱାଧୀନ ମହାନ୍ତି, ସୁଜିତ ସାହୁ, ଧୀରେନ ପାତ୍ର, ଦିଲୀପ ବେହେରା, ରଶ୍ମିରଞ୍ଜନ ମୁଦୁଲି, ଦିଲୀପ ମହାନ୍ତି, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story