‘ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ଘଣ୍ଟ ଘୋଡାଉଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣାର ଆଜି ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ସବିଶେଷ ତଥ୍ୟ ଦେବା ପରେ ଏସଆଇଟି ମୁଖ୍ୟଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ତାଙ୍କ ମର୍ଡର ଥିଓରୀ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅରୁଣ ବୋଥ୍ରା ଦେଇଥିବା ସମ୍ପୂର୍ଣ୍ଣ ତଥ୍ୟ ପୁରାପୁରି […]

golak-mohapatra-1

Madhupriya Mistry
  • Published: Tuesday, 22 December 2020
  • , Updated: 22 December 2020, 04:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣାର ଆଜି ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ସବିଶେଷ ତଥ୍ୟ ଦେବା ପରେ ଏସଆଇଟି ମୁଖ୍ୟଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ତାଙ୍କ ମର୍ଡର ଥିଓରୀ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଅରୁଣ ବୋଥ୍ରା ଦେଇଥିବା ସମ୍ପୂର୍ଣ୍ଣ ତଥ୍ୟ ପୁରାପୁରି ମନଗଢ଼ା କାହାଣୀ। ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ବିଧାନସଭା ଭିତରେ ଜଣେ ମନ୍ତ୍ରୀ ନୟାଗଡ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ନଥିବା କହିଥିଲେ। କିନ୍ତୁ ଏବେ ଅରୁଣ ବାବୁ ଦୁଷ୍କର୍ମ କଥା କହୁଛନ୍ତି। ତେବେ ସରକାରଙ୍କ କଥା ଠିକ୍ ନା ଅରୁଣ ବାବୁଙ୍କ କଥା ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୋଲକ ଆହୁରି କହିଛନ୍ତି ଯେ, ଅରୁଣ ବୋଥ୍ରା କେଉଁ ଚାପରେ ଆସି ଏଭଳି ନୂଆ ଡ୍ରାମା କରୁଛନ୍ତି। ସରକାର ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ଏସଆଇଟି ମୁଖ୍ୟ ଏଭଳି କହୁଛନ୍ତି । ତେଣୁ ଘଟଣାର ସିବିଆଇ ତଦନ୍ତ ସହ ଅରଣୁ ବୋଥ୍ରାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତକୁ ଅଣାଯାଉ। ଯଦି ବୁଦାମୂଳେ ମୃତଦେହକୁ ରଖାଯାଇଥିଲା ତେବେ ଡଗ ସ୍କ୍ୱାଡ କ’ଣ କରୁଥିଲା । ଅଙ୍ଗତସ୍କରୀ ରାକେଟକୁ ଲୁଚାଇବା ପାଇଁ ଏଭଳି ଯୋଜନା କରାଯାଇଥିବା ବିଜେପି ନେତା ଅଭିଯୋଗ କରିଛନ୍ତି।

ନିଖୋଜ ୫,୫୦୦ ଶିଶୁ କୁଆଡେ ଗଲେ ବୋଲି ମଧ୍ୟ ବିଜେପି ନେତା ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ଏକ ବଡ ଅଙ୍ଗ ତସ୍କରୀ ରାକେଟ ସରକାରଙ୍କ ସହ ମିଶିଛି। ତାଙ୍କୁ ଘୋଡାଇବା ପାଇଁ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବଞ୍ଚାଇବା ପାଇଁ ଅରୁଣ ବୋଥ୍ରାଙ୍କ ଏହା ଏକ ନୂଆ ନାଟକ ବୋଲି ଗୋଲକ କହିଛନ୍ତି। ଯେଉଁ ପିଲାକୁ ଗିରଫ କରାଯାଇଛି ତା’ର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ପୀଡିତାଙ୍କ ପରିବାର ଲୋକେ କହୁଛନ୍ତି। ପରିବାର ଲୋକେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ  ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।  ସେପଟେ ବିଜେପିର ଏଭଳି ଅଭିଯୋଗ ନେଇ ଏସଆଇଟର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story