ବିଜେଡିର ଇଏ ‘ରିପୋର୍ଟ’ ଭେଳିକି କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମପାଳି ସରକାର ଗଠନ ହେବା ପରଠୁ ଉଭୟ ଦଳ ଓ ସରକାର କେବଳ ପ୍ରଚାରସର୍ବସ୍ୱ ପାଲଟିଯାଇଛନ୍ତି। ବିଜେଡି ନିଜର ପୁରୁଣା ଆଭିମୁଖ୍ୟ ‘କଥା କମ୍‌, କାମ ବେଶୀ’ର ଓଲଟା ଗତିରେ ଯାଇ ମନ୍ଦିର-ମେଡିକାଲ ଆଦିର ଭଙ୍ଗାଗଢ଼ା କାମ ମାଧ୍ୟମରେ ରାଜ୍ୟର ବିକାଶକୁ ସୀମିତ ରଖିଥିବାବେଳେ ସୁପ୍ରିମୋଙ୍କ ଦ୍ୱାରା ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ରିପୋର୍ଟ ତଲବ ଏବେ କେବଳ ପ୍ରଚାରସର୍ବସ୍ୱ ହୋଇଯାଇଛି। ଯାହା […]

naveen-patnaik-1

naveen-patnaik-1

Manoranjan Sial
  • Published: Tuesday, 28 January 2020
  • Updated: 28 January 2020, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମପାଳି ସରକାର ଗଠନ ହେବା ପରଠୁ ଉଭୟ ଦଳ ଓ ସରକାର କେବଳ ପ୍ରଚାରସର୍ବସ୍ୱ ପାଲଟିଯାଇଛନ୍ତି। ବିଜେଡି ନିଜର ପୁରୁଣା ଆଭିମୁଖ୍ୟ ‘କଥା କମ୍‌, କାମ ବେଶୀ’ର ଓଲଟା ଗତିରେ ଯାଇ ମନ୍ଦିର-ମେଡିକାଲ ଆଦିର ଭଙ୍ଗାଗଢ଼ା କାମ ମାଧ୍ୟମରେ ରାଜ୍ୟର ବିକାଶକୁ ସୀମିତ ରଖିଥିବାବେଳେ ସୁପ୍ରିମୋଙ୍କ ଦ୍ୱାରା ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ରିପୋର୍ଟ ତଲବ ଏବେ କେବଳ ପ୍ରଚାରସର୍ବସ୍ୱ ହୋଇଯାଇଛି। ଯାହା ଆଜି ବିଜେଡିର ସଂସଦୀୟ ଦଳ ବୈଠକ ପରେ ସ୍ପଷ୍ଟ ହୋଇଯାଇଛି।

ସୂଚନା ଅନୁସାରେ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଂସଦୀୟ ଦଳ ବୈଠକରେ ସାଂସଦମାନଙ୍କୁ ନିଜର ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ପୁଣିଥରେ ପରାମର୍ଶ ଦିଆଯାଇଛି। କୌଣସି ନିର୍ଦ୍ଧିଷ୍ଟ ସାଂସଦଙ୍କ ପ୍ରଦର୍ଶନକୁ ନେଇ ଶ୍ରୀ ପଟ୍ଟନାୟକ କିଛି କହିନଥିଲେ ମଧ୍ୟ ୬-୭ଜଣ ସାଂସଦଙ୍କ ପ୍ରଦର୍ଶନ ଉତ୍ସାହଜନକ ନୁହେଁ ବୋଲି ଇଙ୍ଗିତ ଦେଇଛନ୍ତି। ଏହାସହିତ ଖୁବଶୀଘ୍ର ଦଳ ପକ୍ଷରୁ ଏକ ଫର୍ମାଟ ସମସ୍ତ ସାଂସଦଙ୍କୁ ଦିଆଯିବ ଯାହା ମାଧ୍ୟମରେ ସେମାନଙ୍କର ପ୍ରଦର୍ଶନକୁ ଆକଳନ କରାଯିବ ବୋଲି ସୂଚନା ଦେଇଛନ୍ତି। ବିଧାୟକମାନଙ୍କ ସହ ସାଂସଦମାନଙ୍କର ସମନ୍ୱୟ ରହୁନଥିବାରୁ ଶ୍ରୀ ପଟ୍ଟନାୟକ ମଧ୍ୟ କ୍ଷୁବ୍ଧ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ପଞ୍ଚମ ପାଳି ସରକାର ଗଠନ ପରେ ଜୁଲାଇ ମାସରେ ଶ୍ରୀ ପଟ୍ଟନାୟକ ନିଜ ଦଳର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦମାନଙ୍କୁ ୨ମାସିଆ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅଗଷ୍ଟ ମାସରୁ ସାଂସଦମାନେ ଏହି ୨ମାସିଆ ରିପୋର୍ଟକୁ ୧୦ତାରିଖ ସୁଦ୍ଧା ଦେବାକୁ ତାଗିଦ୍ କରାଯାଇଥିଲା। ଏବେ ପୁଣି କ’ଣ ଏଭଳି ସମସ୍ୟା ଉପୁଜିଲା ଯେ ପୁଣିଥରେ ସାଂସଦମାନଙ୍କୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ପ୍ରଦର୍ଶନର ରିପୋର୍ଟ ଦେବା ନିମନ୍ତେ ଆଜି ସଂସଦୀୟ ବୈଠକରେ ଶ୍ରୀ ପଟ୍ଟନାୟକଙ୍କୁ ଦୋହରାଇବାକୁ ପଡ଼ିଲା?

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଅନୁସାରେ, କିଛି ସାଂସଦଙ୍କର ମନମୁଖୀ କାର୍ଯ୍ୟ ଓ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ବିଧାୟକ ଓ କର୍ମୀଙ୍କ ସହ ସମନ୍ୱୟ ରହୁନଥିବାକୁ ନେଇ ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଅଛନ୍ତି। ବୈଠକରେ ଏନେଇ ଶ୍ରୀ ପଟ୍ଟନାୟକ ଖୋଲାଖୋଲି ଭାବେ କିଛି କହିନଥିଲେ ମଧ୍ୟ ପରୋକ୍ଷରେ ତାଗିଦ୍ କରିଛନ୍ତି। ଦଳ ପକ୍ଷରୁ ସାଂସଦଙ୍କ ପ୍ରଦର୍ଶନ ଆକଳନ ନିମନ୍ତେ ପ୍ରସ୍ତୁତ ହେବାକୁ ଥିବା ଫର୍ମାଟରେ ସବୁ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ସୂଚନା ମିଳିଛି। ତା’ଛଡ଼ା ଅଗଷ୍ଟ ମାସରୁ ୨ମାସିଆ ରିପୋର୍ଟ ଦେବା ପାଇଁ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଥରେ-ଦୁଇଥର ନାଁକୁ ମାତ୍ର ରିପୋର୍ଟ ପଠାଇ ଅଧିକାଂଶ ସାଂସଦ ଚୁପ୍ ବସିଯାଇଥିଲେ। ଅଧିକାଂଶ ସାଂସଦଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ମଧ୍ୟ ଉତ୍ସାହଜନକ ନୁହେଁ କିମ୍ବା ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଭଳି କୌଣସି କାର୍ଯ୍ୟ ହୋଇନଥିବା ବିଜେଡି ସୁପ୍ରିମୋ ଆକଳନ କରିଥିଲେ। ସେଥିପାଇଁ ଆଜି ପୁଣିଥରେ ଏଭଳି ରିପୋର୍ଟ ପ୍ରସଙ୍ଗ ଉଠିଥିବା ଜଣାପଡ଼ିଛି।

କେବଳ ସାଂସଦ ନୁହଁନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଜୁନ ପ୍ରଥମ ସପ୍ତାହରେ ନିଜର ମନ୍ତ୍ରୀମାନଙ୍କୁ ବିଭାଗୀୟ ମାସିକିଆ ରିପୋର୍ଟ ପ୍ରତିମାସ ୭ତାରିଖ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟତଃ ସମସ୍ତ ମନ୍ତ୍ରୀ ଏହି ନିର୍ଦ୍ଦେଶକୁ ୩-୪ମାସ ପାଳନ କଲେ। ମାତ୍ର ଏହି ରିପୋର୍ଟ ଆଧାରରେ କୌଣସି କାର୍ଯ୍ୟ ନହେବାପରେ ମନ୍ତ୍ରୀମାନେ ବି ମାସିକିଆ ରିପୋର୍ଟର୍ ଦେବାକୁ ଆଉ ଆଗ୍ରହ ଦେଖାଇଲେ ନାହିଁ। ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ମନ୍ତ୍ରୀମାନଙ୍କର ରିପୋର୍ଟ ଆଧାରିତ କାର୍ଯ୍ୟର ସମୀକ୍ଷା ବି କଲେନି। ଏପରିକି ସୂଚନା ଅଧିକାର ଆଇନ ମାଧ୍ୟମରେ ମନ୍ତ୍ରୀମାନଙ୍କ ମାସିକିଆ ରିପୋର୍ଟକୁ ନେଇ ସୂଚନା ମଗାଯିବା ପରେ ମନ୍ତ୍ରୀମାନଙ୍କୁ ସେଭଳି କୌଣସି ରିପୋର୍ଟ ଦେବାକୁ କୁହାଯାଇନଥିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଫେଇ ଦେବାକୁ ପଛାଇଲା ନାହିଁ।

ସେହିପରି ଦଳୀୟ ବିଧାୟକମାନଙ୍କୁ ମଧ୍ୟ ଗତ ନଭେମ୍ବର ମାସରେ ଡାକି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ୨ମାସିଆ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁୟାରୀ ମାସ ଶେଷ ହେବାକୁ ବସିଲାଣି। ଏପର୍ଯ୍ୟନ୍ତ ୧୦ପ୍ରତିଶତ ବିଧାୟକ ବି ନିଜର ରିପୋର୍ଟ ଦେଇନାହାନ୍ତି କିମ୍ବା ଦେବାକୁ ଆଗ୍ରହ ଦେଖାଇ ନାହାନ୍ତି। ଅବଶ୍ୟ ସାଂଗଠନିକ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାୱାରି ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ ଡାକି ବିଜେଡି ନେତୃତ୍ୱ ସାଂଗଠନିକ ସ୍ଥିତି ପରଖୁଛନ୍ତି। କିନ୍ତୁ କୌଣସି ବିଧାୟକ ଓ ସାଂସଦଙ୍କୁ ସେମାନଙ୍କର ପ୍ରଦର୍ଶନ ରିପୋର୍ଟ ଦେବା ପାଇଁ ତାଗିଦ୍ କି ବାଧ୍ୟ କରାଯାଉନଥିବା ଜଣାପଡ଼ିଛି।

ତେଣୁ, ପଞ୍ଚମ ପାଳି ସରକାର ଗଠନ ପରଠୁ ରାଜ୍ୟର ଗୋଲାପୀ ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତିତ ବିଜେଡି ନେତୃତ୍ୱ ଏବେ ମଠ-ମନ୍ଦିରରେ ଭଙ୍ଗାଗଢ଼ା କାର୍ଯ୍ୟ କରି ‘ବିକାଶର ନୂଆ ପରିଭାଷା’ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଭାବାବେଗ ସହ ରହିବାକୁ ଚାହୁଁଥିବା ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story