୨ ଆଦିବାସୀ ଝିଅଙ୍କୁ ଗିରଫ ଏକଛତ୍ରବାଦୀ ଶାସନର ପରିଚୟ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ପରେଡ୍ ଗ୍ରାଉଣ୍ଡରୁ ଦୁଇ ନିରୀହ ଆଦିବାସୀ ଝିଅଙ୍କୁ ପୁଲିସ୍ ଗିରଫ କରିବା ଓଡ଼ିଶାରେ ଏକଛତ୍ରବାଦୀ ଶାସନ ଚାଲିଥିବାକୁ ପ୍ରମାଣିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଜାନୁଆରୀ ୨୬ତାରିଖରେ ଦୁଇ ଆଦିବାସୀ ଛୋଟ ଛୋଟ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇ ସେମାନଙ୍କୁ […]

lekhasri-SAMANTSINHAR-FINAL

lekhasri-SAMANTSINHAR-FINAL

Manoranjan Sial
  • Published: Tuesday, 28 January 2020
  • Updated: 28 January 2020, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ପରେଡ୍ ଗ୍ରାଉଣ୍ଡରୁ ଦୁଇ ନିରୀହ ଆଦିବାସୀ ଝିଅଙ୍କୁ ପୁଲିସ୍ ଗିରଫ କରିବା ଓଡ଼ିଶାରେ ଏକଛତ୍ରବାଦୀ ଶାସନ ଚାଲିଥିବାକୁ ପ୍ରମାଣିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଜାନୁଆରୀ ୨୬ତାରିଖରେ ଦୁଇ ଆଦିବାସୀ ଛୋଟ ଛୋଟ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟସରକାର ପୋଲିସ ଲଗାଇ ପରେଡ୍ ଗ୍ରାଉଣ୍ଡରୁ ଉଠାଇ ନେଇ ସେମାନଙ୍କୁ ଗିରଫ କରି ୩୦୭ ସମେତ ୯ଟି ଅପରାଧିକ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା। ଏହି ସରକାରରେ ହାତୀ ଗଳିଯିବ କିନ୍ତୁ ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ। ଗତ କିଛିଦିନ ତଳେ ଶାସକ ଦଳର ଗୁଣ୍ଡାମାନେ ପରବିନ୍ଦର ସିଂଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କଲେ, ପଥରରେ ଆଖି ଛେଚିଲେ, ମୁଣ୍ଡ ଫଟାଇଲେ ମଧ୍ୟ ପୁଲିସ କୋହଳ ଦଫା ଲଗାଇ ଅପରାଧୀମାନଙ୍କୁ ଜାମିନ ଦେବାର ବ୍ୟବସ୍ଥା କରିଥିଲା। ଜଣେ ପୁଲିସ ଅଧିକାରୀ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ସହ ଘଟଣାକୁ ଚାପି ଦେବା ପାଇଁ ଧମକ ଦେବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ରାତି ଅଧରେ ଯିବାକୁ ପଛାଇ ନଥିଲେ। ପୁଲିସ ଏଠି ତଦନ୍ତ ନାଁରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛି। ଅନ୍ୟପକ୍ଷରେ ନିଜ ଅଧିକାର ଦାବି ନେଇ ୨୦୧୫ ମସିହାରୁ ଧାରଣାରେ ବସିଥିବା ଦୁଇ ନିରୀହ ଝିଅଙ୍କ ସମସ୍ୟା ନବୁଝି ପୁଲିସ ସେମାନଙ୍କୁ ଗିରଫ କରିବା ଓ ସେମାନଙ୍କ ବିରୁଦ୍ଧରେ ୩୦୭ଧାରା ଲଗାଇବା ଅତ୍ୟନ୍ତ ନିନ୍ଦନୀୟ।

ବିଜେପି ପ୍ରଶ୍ନ କରିବାକୁ ଚାହୁଁଛି ଯେ, କ’ଣ ଏହି ଦୁଇ ନିରୀହ ଆଦିବାସୀ ଝିଅ କାହାକୁ ମରଣାନ୍ତକ ଆକ୍ରମଣ କରିଛନ୍ତି କି ? ଯେଉଁମାନେ ୫ବର୍ଷ ହେବ ଧାରଣା ଦେଉଛନ୍ତି, ସେମାନେ କାହିଁକି ଏଠିକି ଆସିଛନ୍ତି, ସେମାନଙ୍କର ସମସ୍ୟା କ’ଣ, ସେମାନଙ୍କୁ କେମିତି ନ୍ୟାୟ ମିଳିପାରିବ ସେ କଥା ବୁଝିବା କ’ଣ ରାଜ୍ୟ ସରକାରଙ୍କର ଦାୟିତ୍ୱ ନୁହେଁ ? କିନ୍ତୁ ସେଭଳି ନକରି ପୁଲିସ ସେମାନଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଗିରଫ କରିଛି। ଏହି ୨ ଛୋଟ ଝିଅଙ୍କୁ ତୁରନ୍ତ ଜେଲରୁ ବାହାର କରି ସେମାନଙ୍କ ଉପରେ ଲଗାଯାଇଥିବା କଡ଼ା ଦଫାଗୁଡ଼ିକୁ ପୁଲିସ ପ୍ରତ୍ୟାହାର କରିବାକୁ ଡ. ସାମନ୍ତସିଂହାର ଦାବି କରିଛନ୍ତିା

ଯେଉଁଠି ପୁଲିସ୍ କାର୍ଯ୍ୟାନୁଷ୍ଠାନ କରିବା କଥା ସେଠାରେ ନେଉନି ଓଲଟା ଯେଉଁଠି ନନେବା କଥା ସେଠାରେ ନେଉଛିା ୟେ ରାଜ୍ୟରେ କେବଳ ଏକଛତ୍ରବାଦୀ ଶାସନ ଚାଲିଛି ଓ ସରକାର ଯାହା ଚାହୁଁଛନ୍ତି ତାହା କରୁଛନ୍ତି ଆଉ ଏହା କେବେବି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story