ପ୍ରମାଣ ନଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ କୁନ୍ଦୁଲି ଯାଇଛି !

ଭୁବନେଶ୍ୱର: କୁନ୍ଦୁଲି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ଏଡିଜି କ୍ରାଇମ୍‌ବ୍ରାଞ୍ଚକୁ ବିଜେପି ଟାର୍ଗେଟ କରିଛି।  ତଦନ୍ତ ବଦଳରେ ପ୍ରମାଣ ନଷ୍ଟ ପାଇଁ କ୍ରାଇମବ୍ରାଞ୍ଚ୍ ଟିମ୍‌କୁ କୁନ୍ଦୁଲି ପଠାଯାଇଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।  ସେ କହିଛନ୍ତି,“ ଇତିଶ୍ରୀ ମାମଲା ପରି କୁନ୍ଦୁଲିରେ କ୍ରାଇମବ୍ରାଞ୍ଚ ପ୍ରମାଣ ନଷ୍ଟରେ ବ୍ୟସ୍ତ ଅଛି । ଯେହେତୁ SFSL କ୍ରାଇମବ୍ରାଞ୍ଚ ଅଧୀନରେ ଆସୁଛି, ତେଣୁ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ।  ବରଂ ନମୂନା କେନ୍ଦ୍ରୀୟ ଫୋରେନସିକ୍ ଲ୍ୟାବକୁ ପଠାଯାଉ।  ଏନେଇ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଉ କ’ଣ କହୁଛନ୍ତି ଶୁଣନ୍ତୁ ଭିଡ଼ିଓରୁ।