ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ସାମ୍ୱାଦିକ ସମ୍ମିଳନୀ କରି ବିଜେପି ନେତାମାନେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ରାଜ୍ୟରେ ଥିବା ୧୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଯାଏଁ ବିଦ୍ୟୁତ ଯୋଗାଣ ହୋଇନାହିଁ।  ୫୨୯୮ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମଧ୍ୟରୁ ୧୨୩୯ର ନିଜସ୍ୱ ଘର ନାହିଁ। ୨୫ ପ୍ରତିଶତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି। ୪୬୮୨ ଡାକ୍ତରୀ ପଦବୀରୁ ୧୦୧୬ଟି […]

bjp-press-meet

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 05:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ସାମ୍ୱାଦିକ ସମ୍ମିଳନୀ କରି ବିଜେପି ନେତାମାନେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି-“ରାଜ୍ୟରେ ଥିବା ୧୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଯାଏଁ ବିଦ୍ୟୁତ ଯୋଗାଣ ହୋଇନାହିଁ।  ୫୨୯୮ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମଧ୍ୟରୁ ୧୨୩୯ର ନିଜସ୍ୱ ଘର ନାହିଁ। ୨୫ ପ୍ରତିଶତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି। ୪୬୮୨ ଡାକ୍ତରୀ ପଦବୀରୁ ୧୦୧୬ଟି ସିଟ୍ ଖାଲି ପଡ଼ିଛି। ନିରାମୟରେ ୫୦୦ ପ୍ରକାର ଔଷଧ ମିଳିବା କଥା। ମାତ୍ର ହାତଗଣତି କିଛି ଔଷଦ ମିଳୁଛି।”

ଏହାର ଜବାବ ରଖିଛି ବିଜେଡି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ଆଜି ଯେଉଁମାନେ ଆମକୁ ପ୍ରଶ୍ନ ପଚାରୁଛନ୍ତି, ସେମାନେ ଥରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଚାରନ୍ତୁ।”

ସେ କହିଛନ୍ତି-“ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ବପର୍ଯ୍ୟୟ ମୁଖ୍ୟ ହୋଇଛି। ଭାରତର ଅର୍ଥନୀତି ଅବନତୀ ଆଡ଼କୁ ଗତି କରୁଛି। ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଫେଲ୍‌ ମାରିଛି। ଦେଶରେ ବେକାରୀ ବୃଦ୍ଧି ପାଇଛି। ଏପରିକି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ପୂରଣ କରୁନଥିବା ଲୋକଙ୍କ ପ୍ରଶ୍ନର ଉତ୍ତର ଆମେ କ’ଣ ଦେବୁ?”

Related story