କାହିଁକି ଜାଗା ବଦଳାଇଲ ?

କଟକ (ଓଡ଼ିଶା ରିପୋର୍ଟର):କଟକ ଖାନନଗରରେ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।  କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, କଟକ ଗୋପାଳପୁର ବାଲିକୁଦାରେ ବସ୍ ଟର୍ମିନାଲ ପାଇଁ ୨୦୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।  ୪୩ ଏକ ଜାଗାରେ ବିରାଟ ବସ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।  ଏବେ ୧୩ ଏକର ଜାଗାର ହିସାବ ମିଳୁନି।  ପ୍ରକାଶ ପ୍ରଶ୍ନ କରିଛନ୍ତି, ଜମି ଜବରଦଖଲକାରୀଙ୍କୁ ସୁରକ୍ଷା ଦେବାକୁ […]

prakash

Tapas Behera
  • Published: Sunday, 24 January 2021
  • , Updated: 24 January 2021, 06:34 PM IST

କଟକ (ଓଡ଼ିଶା ରିପୋର୍ଟର):କଟକ ଖାନନଗରରେ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।  କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, କଟକ ଗୋପାଳପୁର ବାଲିକୁଦାରେ ବସ୍ ଟର୍ମିନାଲ ପାଇଁ ୨୦୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।  ୪୩ ଏକ ଜାଗାରେ ବିରାଟ ବସ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।  ଏବେ ୧୩ ଏକର ଜାଗାର ହିସାବ ମିଳୁନି।  ପ୍ରକାଶ ପ୍ରଶ୍ନ କରିଛନ୍ତି, ଜମି ଜବରଦଖଲକାରୀଙ୍କୁ ସୁରକ୍ଷା ଦେବାକୁ ସରକାର ବସ୍ ଟର୍ମିନାଲ ସ୍ଥାନ ପରିବର୍ତ୍ତନ କରିଛନ୍ତି କି ? ହଠାତ କାହିଁକି ସ୍ଥାନ ପରିର୍ତ୍ତନ କରି ଖାନନଗରରେ ବସ୍ ଟର୍ମିନାଲ କରିବାକୁ ନିଷ୍ପତ୍ତି ହେଲା ? ନିର୍ବାଚନ ଆସିଲେ ସରକାର ଫଳକ ଲଗା ଅଭିଯାନ ଆରମ୍ଭ କରିଦିଅନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ଗୋପାଳପୁରରେ ବସଷ୍ଟାଣ୍ଡ ନିର୍ମାଣ ନକରି କାହିଁକି ଖାନନଗରରେ କରାଯାଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Related story