ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କ ଅଜ୍ଞତାରୁ ଚାଷୀମାନେ ଆଜି  ହଇରାଣ ହେଉଛନ୍ତି । ବୁଝି ବିଚାରି କରିନଥିବାରୁ ଟୋକନ ସମସ୍ୟାରେ ପେଷି ହୋଇଯାଉଛନ୍ତି ଚାଷୀ । ମଣ୍ଡିରେ ଆଜି ଯେଉଁ ସମସ୍ୟା ଦେଖା  ଦେଇଛି, ତାହା ମନୁଷ୍ୟକୃତ ବୋଲି ବିଜେପି ନେତା କହିଛନ୍ତି। ବିଭିନ୍ନ ଦାବି ନେଇ ସମ୍ବଲପୁରରେ ହୋଇଥିବା ବିଶାଳ ଚାଷୀ ସମାବେଶରେ  ଯୋଗଦେଇ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ […]

hbio

Tapas Behera
  • Published: Thursday, 21 January 2021
  • , Updated: 21 January 2021, 03:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କ ଅଜ୍ଞତାରୁ ଚାଷୀମାନେ ଆଜି  ହଇରାଣ ହେଉଛନ୍ତି । ବୁଝି ବିଚାରି କରିନଥିବାରୁ ଟୋକନ ସମସ୍ୟାରେ ପେଷି ହୋଇଯାଉଛନ୍ତି ଚାଷୀ । ମଣ୍ଡିରେ ଆଜି ଯେଉଁ ସମସ୍ୟା ଦେଖା  ଦେଇଛି, ତାହା ମନୁଷ୍ୟକୃତ ବୋଲି ବିଜେପି ନେତା କହିଛନ୍ତି। ବିଭିନ୍ନ ଦାବି ନେଇ ସମ୍ବଲପୁରରେ ହୋଇଥିବା ବିଶାଳ ଚାଷୀ ସମାବେଶରେ  ଯୋଗଦେଇ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସିବା ପରେ ଆରଡିସି  ଅଫିସ୍ ସମ୍ମୁଖରେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାର ଲାଗୁ କରୁନଥିବାରୁ,  ଚାଷୀମାନେ ଅସୁବିଧାରେ ପଡୁଛନ୍ତି । ଏହାସହ କଟନୀ ଛଟନୀ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ  ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ରାଜ୍ୟ ବିଜେପି ସଭାପତି ମଧ୍ୟ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Related story