ଇନ୍ଧନ ପ୍ରସ୍ତୁତ କାରଖାନା ପାଇଁ ଜମି ଯୋଗାଇବାରେ ସୁଶାନ୍ତ ସିଂହ ଷଡଯନ୍ତ୍ର କରୁଛନ୍ତି: ବିଜେପି

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଭଟଲିରେ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତାବିତ ଇନ୍ଧନ ପ୍ରସ୍ତୁତି କାରଖାନା ପାଇଁ ଜମି ଯୋଗାଇ ଦେବା ପ୍ରସଙ୍ଗରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଷଡଯନ୍ତ୍ର କରୁଛନ୍ତି। ଏହି ପ୍ରକଳ୍ପକୁ ଜମି ଯୋଗାଇ ନଦେବା ପାଇଁ ମନ୍ତ୍ରୀ ଚାପ ପକାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରୁଛନ୍ତି। ଶ୍ରମମନ୍ତ୍ରୀଙ୍କୁ ଟାର୍ଗେଟ କରି ଏପରି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।</p> <p>ସେ କହିଛନ୍ତି, &ldquo;ପ୍ରକଳ୍ପ କାର୍ଯ୍ରକାରୀ ହେଲେ ବରଗଡ଼ ଜିଲ୍ଲାର ଚାଷୀମାନେ ଧାନ ଅମଳ ପରେ ନଡା ଓ ଅନ୍ୟାନ୍ୟ କୃଷି ବର୍ଜ୍ୟ ବିକି କୋଟି କୋଟି ଟଙ୍କା ରୋଜଗାର କରିପାରିବେ। ସ୍ଥାନୀୟ ଅଞ୍ଚଳର ଶହ ଶହ ଯୁବକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ମିଳିବ। ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୭୫୦ କୋଟି ଟଙ୍କାର ପୁଞ୍ଜି ସହ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିପିସିଏଲ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରି ରାଜ୍ୟ ସରକାରଙ୍କ ଜମି ହସ୍ତାନ୍ତରଣକୁ ଅପେକ୍ଷା କରିଛି। ତେବେ ବରଗଡ଼ ତଥା ପଶ୍ଚିମ ଓଡ଼ିଶାବାସୀ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଏହି ଷଡଯନ୍ତ୍ରକୁ ଆଦୌ ସହ୍ୟ କରିବେ ନାହିଁ।&rdquo;</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 05:21 PM IST

Sports

Latest News

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଭଟଲିରେ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତାବିତ ଇନ୍ଧନ ପ୍ରସ୍ତୁତି କାରଖାନା ପାଇଁ ଜମି ଯୋଗାଇ ଦେବା ପ୍ରସଙ୍ଗରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଷଡଯନ୍ତ୍ର କରୁଛନ୍ତି। ଏହି ପ୍ରକଳ୍ପକୁ ଜମି ଯୋଗାଇ ନଦେବା ପାଇଁ ମନ୍ତ୍ରୀ ଚାପ ପକାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରୁଛନ୍ତି। ଶ୍ରମମନ୍ତ୍ରୀଙ୍କୁ ଟାର୍ଗେଟ କରି ଏପରି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।</p><p>ସେ କହିଛନ୍ତି, &ldquo;ପ୍ରକଳ୍ପ କାର୍ଯ୍ରକାରୀ ହେଲେ ବରଗଡ଼ ଜିଲ୍ଲାର ଚାଷୀମାନେ ଧାନ ଅମଳ ପରେ ନଡା ଓ ଅନ୍ୟାନ୍ୟ କୃଷି ବର୍ଜ୍ୟ ବିକି କୋଟି କୋଟି ଟଙ୍କା ରୋଜଗାର କରିପାରିବେ। ସ୍ଥାନୀୟ ଅଞ୍ଚଳର ଶହ ଶହ ଯୁବକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ମିଳିବ। ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୭୫୦ କୋଟି ଟଙ୍କାର ପୁଞ୍ଜି ସହ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିପିସିଏଲ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରି ରାଜ୍ୟ ସରକାରଙ୍କ ଜମି ହସ୍ତାନ୍ତରଣକୁ ଅପେକ୍ଷା କରିଛି। ତେବେ ବରଗଡ଼ ତଥା ପଶ୍ଚିମ ଓଡ଼ିଶାବାସୀ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଏହି ଷଡଯନ୍ତ୍ରକୁ ଆଦୌ ସହ୍ୟ କରିବେ ନାହିଁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos