ପକ୍କା ଘର ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ସରକାର ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା କରିଥିଲେ । ତେବେ ଘୋଷିତ ତାଲିକାରୁ ୧୩ ଲକ୍ଷ ୬୫ ହଜାର ୨୫ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ତାଲିକାର ଆଉ ଥରେ ଯାଞ୍ଚ ପାଇଁ ଜାନୁଆରୀ ୧୫ ଡେଡ୍‌ଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଡେଡ୍‌ଲାଇନ ସରିଥିଲେ ବି ଯୋଗ୍ୟ […]

bjp-2-1

Tapas Behera
  • Published: Sunday, 09 February 2020
  • , Updated: 09 February 2020, 04:41 PM IST

ଭୁବନେଶ୍ୱର : ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ସରକାର ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା କରିଥିଲେ । ତେବେ ଘୋଷିତ ତାଲିକାରୁ ୧୩ ଲକ୍ଷ ୬୫ ହଜାର ୨୫ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

ତାଲିକାର ଆଉ ଥରେ ଯାଞ୍ଚ ପାଇଁ ଜାନୁଆରୀ ୧୫ ଡେଡ୍‌ଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଡେଡ୍‌ଲାଇନ ସରିଥିଲେ ବି ଯୋଗ୍ୟ ଓ ଅଯୋଗ୍ୟ ତାଲିକା ବାହାରି ନାହିଁ । ଦଳୀୟ ଆଧାରରେ ତାଲିକା କରିଥିବାରୁ ଚୂଡ଼ାନ୍ତ କରିପାରୁ ନାହାନ୍ତି ବୋଲି ବିଜେପି ସମାଲୋଚନା କରିଛି । ତୁରନ୍ତ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଉ ବୋଲି ବିଜେପି ଦାବି କରିଛି।

ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ପରିବର୍ତ୍ତନ କଲେ ପରିଣାମ ଭୋଗିବେ ବୋଲି ମଧ୍ୟ ବିଜେପି ଚେତାବନୀ ଦେଇଛି।  ଏହାଛଡ଼ା ସରକାର ସବୁ ଯୋଜନାରେ ବିଜୁ ଟ୍ୟାଗ୍ ଲଗାଉଛନ୍ତି । ବିଜୁଙ୍କ ନାଁରେ ଚାଲିଥିବା ଯୋଜନାର ସ୍ଥିତି କଣ ବୋଲି ବିଜେପି ପ୍ରଶ୍ନ କରିଛି ।

ଅନ୍ୟପଟେ ବିଜେପିର ଅଭିଯୋଗ ଓ ପ୍ରଶ୍ନ ଉପରେ ଜବାବ ରଖି ବିଜେଡି କହିଛି ପ୍ରତି ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଭାଗ ସମାନ । ହିତାଧିକାରୀ ତାଲିକା ପ୍ରସଙ୍ଗରେ ପ୍ରତାପ ଦେବ କହିଛନ୍ତି ତାଲିକାକୁ ନିଜେ କେନ୍ଦ୍ର ଅନୁମୋଦନ ଦେଇଛି । ଏବେ କାନ୍ଦୁଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

Related story