ସ୍ୱଭାବ କବିଙ୍କୁ ଅପମାନିତ କରୁଛନ୍ତି ରାଜ୍ୟ ସରକାର?

Ordigital Desk
  • Published: Saturday, 09 December 2017
  • , Updated: 09 December 2017, 01:42 PM IST
<p>ଭୁବନେଶ୍ୱର: ବିଜେପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାତ୍ର ଅତିରିକ୍ତ ବଜେଟରେ ଏଥିପାଇଁ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରିନାହାନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ନାଲକୋ ଛକରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦିଆଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଛି। ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅପମାନ ବୋଲି ମୋର୍ଚ୍ଚା &nbsp;ପକ୍ଷରୁ କୁହାଯାଇଛି।</p> <p>ବିଜେପି&nbsp; ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,&ldquo; ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ କଥା ରାଜ୍ୟ ସରକାର ବିଧାନସଭାରେ ଘୋଷଣା କଲେ। ପରେ ବିଜ୍ଞାପନ ଛାପି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ମାତ୍ର ପ୍ରକଳ୍ପ ନେଇ ଅତିରିକ୍ତ ବଜେଟରେ ସାମାନ୍ୟତମ ଉଲ୍ଲେଖ ନାହିଁ। ଏହା ଗଙ୍ଗାଧର ମେହେରଙ୍କୁ ଅପମାନ କଲା ଭଳି କାମ ନୁହେଁ କି? ରାଜ୍ୟ ସରକାର ଗଙ୍ଗାଧରଙ୍କୁ ସମ୍ମାନ ନ ଦେଲେ ନାହିଁ, &nbsp;କିନ୍ତୁ ଅପମାନ କଲେ କାହିଁକି?&rdquo;</p>

Related story