ମନମୁଣ୍ଡା ଘଟଣା: ରାଜ୍ୟପାଳଙ୍କଠାରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବୌଦ୍ଧ ମନମୁଣ୍ଡାରେ ଦଳୀୟ କର୍ମୀଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟପାଳଙ୍କଠାରେ ଫେରାଦ ହୋଇଛି ବିଜେପି। ଆଜି ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏଫ୍ଆଇଆର୍‌ରେ ଦୁଇ ମନ୍ତ୍ରୀଙ୍କ ନାଁ ଥିବାରୁ ତଦନ୍ତ ବ୍ୟାଘାତ ହେବାର ଆଶଙ୍କା ରହିଛି। ଏହାଛଡ଼ା ଏସ୍‌ସି, ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିନିଧି […]

bjp-team

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 03:51 PM IST

ଭୁବନେଶ୍ୱର: ବୌଦ୍ଧ ମନମୁଣ୍ଡାରେ ଦଳୀୟ କର୍ମୀଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟପାଳଙ୍କଠାରେ ଫେରାଦ ହୋଇଛି ବିଜେପି। ଆଜି ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ନେତୃତ୍ୱରେ ଏକ ଟିମ୍‌ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଏଫ୍ଆଇଆର୍‌ରେ ଦୁଇ ମନ୍ତ୍ରୀଙ୍କ ନାଁ ଥିବାରୁ ତଦନ୍ତ ବ୍ୟାଘାତ ହେବାର ଆଶଙ୍କା ରହିଛି। ଏହାଛଡ଼ା ଏସ୍‌ସି, ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଜଣାଇଛନ୍ତି।

ଏହି ଟିମ୍‌ରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ଥିଲେ।

Related story