ବିଜେଡିର ନିର୍ବାଚନୀ ପାଣ୍ଠିରେ ଅନିୟମିତତା ଅଭିଯୋଗ:ଆୟକର ବିଭାଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ୨୦୧୪ ମସିହାରେ ବିଜେଡିର ନିର୍ବାଚନୀ ପାଣ୍ଠିରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ବଢୁଛି । ଏହି ପାଣ୍ଠିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଆୟକର ବିଭାଗ ନିକଟରେ ବିଜେପି ଫେରାଦ ହୋଇଛି । ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ୫ ଜଣିଆ ଟିମ୍ ଆଜି ଭୁବନେଶ୍ୱରସ୍ଥିତ ଆୟକର ଅଫିସକୁ ଯାଇ କମିଶନରଙ୍କୁ ଭେଟିଛନ୍ତି । ସେମାନେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଅଧ୍ୟକ୍ଷକଙ୍କ ଉଦ୍ଦେଶ୍ୟରେ କମିଶନରଙ୍କ ଜରି଼ଆରେ […]

bjp

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 12:16 PM IST

ଭୁବନେଶ୍ୱର: ୨୦୧୪ ମସିହାରେ ବିଜେଡିର ନିର୍ବାଚନୀ ପାଣ୍ଠିରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ବଢୁଛି । ଏହି ପାଣ୍ଠିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବିରେ ଆୟକର ବିଭାଗ ନିକଟରେ ବିଜେପି ଫେରାଦ ହୋଇଛି । ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ୫ ଜଣିଆ ଟିମ୍ ଆଜି ଭୁବନେଶ୍ୱରସ୍ଥିତ ଆୟକର ଅଫିସକୁ ଯାଇ କମିଶନରଙ୍କୁ ଭେଟିଛନ୍ତି । ସେମାନେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଅଧ୍ୟକ୍ଷକଙ୍କ ଉଦ୍ଦେଶ୍ୟରେ କମିଶନରଙ୍କ ଜରି଼ଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ରାଜ୍ୟ ଭିତରୁ ଓ ବାହାରୁ ବେନାମୀ ଓ ସନ୍ଦିଗ୍ଧ ଆକାଉଣ୍ଟରୁ ବିଜେଡି ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଥିବା ସେମାନେ ଅଭିଯୋଗ କରିଛନ୍ତି। ଜମା ହୋଇଥିବା ଟଙ୍କା, ଦେଇଥିବା ଲୋକଙ୍କ ବିବରଣୀ ରିଟର୍ଣ୍ଣରେ ନ ଦର୍ଶାଇ ବିଜେଡି ସବୁ ଅର୍ଥ ଉତ୍ସକୁ ଲୁଚାଇଥିବା ବିଜେପି ଅଭିଯୋଗ କରିଛି । ଏଥିସହ ଚିଟଫଣ୍ଡର କୋଟି କୋଟି ଟଙ୍କା ମଧ୍ୟ ବିଜେଡିର ନିର୍ବାଚନୀ ପାଣ୍ଠିକୁ ଆସିଥିବା ସନ୍ଦେହ ପ୍ରକାଶ କରି ଏସବୁର ବିଧିବଦ୍ଧ ତଦନ୍ତ ଦାବି କରିଛି ବିଜେପି। ଆଇଟି କମିଶନରଙ୍କୁ ଭେଟିଥିବା ବିଜେପି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ସମୀର ଦେ ପ୍ରମୁଖ ସାମିଲ ଥିଲେ।

ଗତକାଲି ଏହି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଥିଲେ। ସେ କହିଥିଲେ, “ମନ୍ଦ ଉଦ୍ଦେଶ୍ୟରେ ଦଳ ବିରୋଧରେ ଏହା ଏକ ଅପପ୍ରଚାର।”

ନିର୍ବାଚନୀ ପାଣ୍ଠି ଅନିୟମିତତା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବିଜେପିର ଏହା ଏକ ଚାଲ୍‌। ବିଜେଡିର ସମସ୍ତ ନେଣଦେଣ ବ୍ୟାଙ୍କ ଜରିଆରେ ହୋଇଛି।”

ସେ କହିଛନ୍ତି,’“ବେନାମୀ ୫୦୦୦ କୋଟି ବିଜେପି ଓ କଂଗ୍ରେସ ଆକାଉଣ୍ଟକୁ ଆସିଛି। ବିଗତ ୧୦ ବର୍ଷ ମଧ୍ୟରେ ଏତେ ସବୁ ଟଙ୍କା ଆସିଛି। ପରକୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ଥରେ ନିଜକୁ ଦେଖନ୍ତୁ। ପୂର୍ବରୁ ଏପରି  ଅଭିଯୋଗର ବିଜେଡି ଜବାବ ରଖିସାରିଛି।”

Related story