ଓବିସିଙ୍କୁ ଅଧିକାର ଦେବାକୁ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି ସହ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓବିସି ବର୍ଗଙ୍କୁ ସ୍ୱାମ୍ବିଧାନିକ ଅଧିକାର ଦେବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ, କେବଳ ଭୋଟ୍ ହାତେଇବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓବିସି ବର୍ଗର ଲୋକଙ୍କୁ ସାମ୍ବିଧାନିକ, ଶିକ୍ଷା ଓ ନିଯୁକ୍ତି ଅଧିକାରରୁ ବଂଚିତ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି କରିବ ବୋଲି କହିଛି । ଏହାସହିତ ରାଜ୍ୟସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବିଜେପି ଚେତାବନୀ ଦେଇଛି । […]

OBC

Ordigital Desk
  • Published: Friday, 27 May 2022
  • , Updated: 28 May 2022, 07:59 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓବିସି ବର୍ଗଙ୍କୁ ସ୍ୱାମ୍ବିଧାନିକ ଅଧିକାର ଦେବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ, କେବଳ ଭୋଟ୍ ହାତେଇବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓବିସି ବର୍ଗର ଲୋକଙ୍କୁ ସାମ୍ବିଧାନିକ, ଶିକ୍ଷା ଓ ନିଯୁକ୍ତି ଅଧିକାରରୁ ବଂଚିତ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି କରିବ ବୋଲି କହିଛି । ଏହାସହିତ ରାଜ୍ୟସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବିଜେପି ଚେତାବନୀ ଦେଇଛି ।
ରାଜ୍ୟ ଓବିସି କମିଶନଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଓବିସିଙ୍କୁ ଅଧିକାର ଦେବା ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି କହିଛି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ଓବିସି କମିଶନ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଗତ ପଂଚାୟତ ଓ ପୌରନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେଇ ସର୍ଭେ ଓ ନ୍ୟାୟଳୟ ଆଳରେ ରାଜ୍ୟ ସରକାର ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗଣମାଧ୍ୟମ ଆଗରେ କେନ୍ଦ୍ର ଜନଗଣନା କରୁ ବୋଲି ଦାବି କରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି । ବହୁ ଦାବି ପରେ ଓବିସି କମିଶନ ରାଜ୍ୟରେ ନିଯୁକ୍ତ ହୋଇଛନ୍ତି ସତ, କିନ୍ତୁ ଦାନ୍ତବିହୀନ ଓ ପଙ୍ଗୁ କରି ରଖାଯାଇଛି ଏବଂ କୌଣସି କ୍ଷମତା ଦିଆଯାଇନାହିଁ ।
ରାଜ୍ୟର ପଛୁଆ ବର୍ଗକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି । ୨୨ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଓବିସିଙ୍କ ଡାଟା ନାହିଁ । ରାଜ୍ୟରେ ଥିବା ଓବିସି ଫାଇନାନ୍ସ ଆଣ୍ଡ ଡେଭେଲପମେଂଟ କୋଅପରେଟିଭ କର୍ପୋରେସନ ଲିମିଟେକୁ ଅଚଳ କରିଦିଆଯାଇଛି। ପଛୁଆ ବର୍ଗଙ୍କ କୌଶଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ।
ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଓବିସି ବର୍ଗଙ୍କୁ ରାଜ୍ୟ ସରକାର କେବଳ ଅଣଦେଖା କରୁନାହିଁ ବରଂ ସେମାନଙ୍କୁ ସାମ୍ବିଧାନିକ ଅଧିକାର, ଉଚ୍ଚଶିକ୍ଷା, ଚାକିରିରୁ ଓ ଆତ୍ମନିଯୁକ୍ତିରୁ ବଂଚିତ କରୁଛନ୍ତି । ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି । ରାଜ୍ୟ ସରକାରଙ୍କ ଓବିସି ବିରୋଧି ମନୋବୃତ୍ତି ଧରାପଡିଛି । ସାମ୍ବିଧାନିକ, ଶିକ୍ଷା, ନିଯୁକ୍ତି ଅଧିକାର ପାଇବା ପାଇଁ ଓବିସି ମୋର୍ଚ୍ଚା ସାରା ରାଜ୍ୟରେ ଜନଜାଗରଣ କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ଓବିସି ମୋର୍ଚ୍ଚାର ସିଦ୍ଧାର୍ଥ ଶଙ୍କର ପତି , ଦୁର୍ଗାପ୍ରସନ୍ନ ନାୟକ, ସଂଗ୍ରାମ କେଶରୀ ନାୟକ, ଦୁଷ୍ମନ୍ତ ଦାସ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସାମିଲ ଥିଲେ ।

Related story