'୨୦୨୪ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର'

ପୁରୀ (ଓଡ଼ିଶା ରିପୋର୍ଟର): ୨୦୨୪ ରେ ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି। ଆସିବ ଡବଲ ଇଞ୍ଜିନ ସରକାର। ୨୦୧୪ରେ ନିଶ୍ଚିତ ଭାବେ ଓଡ଼ିଶାରେ ପରିବର୍ତ୍ତନ ହେବ। ଆଜି ଏଭଳି କିଛି  ଦୃଢ଼ତାର ସହିତ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅବସରରେ ସେ କହିଛନ୍ତି, ୨୦୨୪ ମିଶନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି।  ଲୋକଙ୍କ ପାଖରେ ବିଜେପିକୁ ପହଞ୍ଚାଇବା ପାଇଁ ପୁରୀରେ ରାଜ୍ୟର ନେତା ଓ […]

jaya narayan mishra

jaya narayan mishra

Madhupriya Mistry
  • Published: Thursday, 15 September 2022
  • Updated: 15 September 2022, 01:35 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ୨୦୨୪ ରେ ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି। ଆସିବ ଡବଲ ଇଞ୍ଜିନ ସରକାର। ୨୦୧୪ରେ ନିଶ୍ଚିତ ଭାବେ ଓଡ଼ିଶାରେ ପରିବର୍ତ୍ତନ ହେବ। ଆଜି ଏଭଳି କିଛି  ଦୃଢ଼ତାର ସହିତ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅବସରରେ ସେ କହିଛନ୍ତି, ୨୦୨୪ ମିଶନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି।  ଲୋକଙ୍କ ପାଖରେ ବିଜେପିକୁ ପହଞ୍ଚାଇବା ପାଇଁ ପୁରୀରେ ରାଜ୍ୟର ନେତା ଓ କର୍ମୀଙ୍କୁ ଟ୍ରେନିଂ ଦେଉଛନ୍ତି ବରିଷ୍ଠ ନେତା। ଆମକୁ ଯେତେ ସଂଖ୍ୟା ଆବଶ୍ୟକତା ରହିଛି ତା'ପାଇଁ ଆମେ ଯୋଜନା କରୁଛୁ।

ଆଜି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଟ୍ରେନିଂ ଅଛି।  ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ। ଭୁବନେଶ୍ୱରରେ ତାଙ୍କ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷ ଦିବସ। ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ କିପରି ସଫଳ ହେବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତି ସହ କର୍ମକର୍ତ୍ତାଙ୍କୁ ଏଥିରେ ପ୍ରଶିକ୍ଷଣ ଦିଆଯାଇଛି। ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ୨୦୨୪ ପାଇଁ ଦଳର ରୋଡମ୍ୟାପ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ବିଗତ ଦିନରେ ସରିଥିବା ନିର୍ବାଚନରେ ଦଳର ଭୋଟ୍ ସେୟାର ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୪, ୨୦୧୯ ବିଧାନସଭା ଓ ଲୋକସଭା ଏବଂ ୨୦୧୭ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ୍ ହାର ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

ଗତ ପଞ୍ଚାୟତ ନିର୍ବାଚନରେ ଦଳ ୭୦ ଲକ୍ଷ ଭୋଟ୍ ପାଇଥିବା କୁହାଯାଇଛି। ଏଣୁ ଏହାକୁ ଦେଖିଲେ ରାଜ୍ୟରେ ବିଜେପି ବଢ଼ୁଛି ଓ ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଦଳ ଏଠାରେ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଏଣୁ ଏଥିଲାଗି ଭୋଟ୍ ହାର ୫୦ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ନେଇ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ତା' ସହିତ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନଥିବା ନେଇ ଦଳ ଲୋକଙ୍କ ପାଖକୁ ଯିବ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବୁଥ୍ ସ୍ତରରେ ଆନ୍ଦୋଳନ କରିବାକୁ ସ୍ଥିର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos