୨୫ରୁ ବିଜେପିର ରାଜ୍ୟବ୍ୟାପୀ ଓବିସି ଜାଗରଣ ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ତାରିଖରୁ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଓବିସି ଜାଗରଣ ଅଭିଯାନ ଚାଲିବ। ଆଜି ଏନେଇ ଦଳ ପକ୍ଷରୁ ସୂଚନା ଦିଆଯିବା ସହ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିନଥିବା ଯୋଗୁ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି। ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ , ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ […]

bjp

bjp

Manoranjan Sial
  • Published: Friday, 14 February 2020
  • Updated: 14 February 2020, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ତାରିଖରୁ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଓବିସି ଜାଗରଣ ଅଭିଯାନ ଚାଲିବ। ଆଜି ଏନେଇ ଦଳ ପକ୍ଷରୁ ସୂଚନା ଦିଆଯିବା ସହ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିନଥିବା ଯୋଗୁ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି।

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ , ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି। କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି। କିନ୍ତୁ ଓଡ଼ିଶାରେ ରାଜ୍ୟସରକାର ସଂରକ୍ଷଣ ବ୍ୟବସ୍ଥାକୁ ପଛୁଆବର୍ଗଙ୍କ ପାଇଁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକା ରହିବା କଥା ନୁହେଁ। ସ୍ୱାଧୀନତା ପରଠାରୁ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ତାଙ୍କର ଜନସଂଖ୍ୟା ଅନୁସାରେ ରାଜ୍ୟରେ ୩୮.୭୫ ଭାଗ ସଂରକ୍ଷଣ ଦିଆଯାଇଛି। ସମ୍ବିଧାନରେ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ୨୨.୫ ଭାଗ ସଂରକ୍ଷଣ ଦିଆଯିବ। ଆଦିବାସୀମାନଙ୍କୁ ୧୫ ଭାଗ ଏବଂ ଦଳିତ ଆଦିବାସୀମାନଙ୍କୁ ୭.୫ ଭାଗ ସଂରକ୍ଷଣ ଦିଆଯିବ। କିନ୍ତୁ ଓଡ଼ିଶାରେ ରାଜ୍ୟସରକାର ସଂଖ୍ୟା ଅଧିକା ଦେଖାଇ ମୂଳରୁ ୩୮.୭୫ ଭାଗ ସଂରକ୍ଷଣ ଦେଉଛନ୍ତି। ଓଡ଼ିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ରହିଛନ୍ତି । ଏହାସତ୍ୱେ ବି ୨୭ ପ୍ରତିଶତ ସଂରକ୍ଷଣ ସେମାନଙ୍କୁ ମିଳୁନାହିଁ। ଯେତେବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାଟିଦିଆଗଲା ସେତେଳେ ରାଜ୍ୟସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୁଦ୍ଧରେ ଚ୍ୟାଲେଞ୍ଚଞ୍ଚ କରିପାରିଥାନ୍ତେ। କିନ୍ତୁ ରାଜ୍ୟସରକାର ତାହା କଲେ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଗତ ୩ ଦିନ ତଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଓଡିଶା ଗସ୍ତରେ ଆସିଥିଲେ। ତାଙ୍କୁ ବିଜେପି ପକ୍ଷରୁ ଏ ସମସ୍ତ ଘଟଣା ଜଣାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାରୁ ହଠାତ୍ ରାତାରାତି ପଛୁଆ ବର୍ଗ କମିଶନ ଘୋଷଣା କରାଯାଇଛି। ରାଜ୍ୟସରକାର ଏବେ ପଛୁଆ ବର୍ଗ କମିଶନ ଘୋଷଣା କଲେ। ପୂର୍ବ କମିଶନଙ୍କ ମୃତ୍ୟୁ ପରେ ୪ ବର୍ଷ ଧରି ଏହି ପଦବୀ ଖାଲି ଥିଲା। ପଛୁଆବର୍ଗ ଅଧ୍ୟକ୍ଷ ନିଯୁକ୍ତି ନେଇ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଶୁଣିନଥିଲେ। ପଛୁଆ ବର୍ଗଙ୍କୁ ସୁବିଧା କି ଅଧିକାର ଦେବା ପାଇଁ ଏ ସରକାର ଚାହୁଁ ନାହାଁନ୍ତି। ଏ ସରକାର ପଛୁଆ ବର୍ଗ ବିରୋଧୀ। ସମ୍ବିଧାନର ବ୍ୟବସ୍ଥାକୁ ପଛୁଆ ବର୍ଗଙ୍କୁ ଦେବା ପାଇଁ ସରକାର ଚାହୁଁ ନାହାଁନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

କର୍ଣ୍ଣାଟକରେ ୭୩ ଭାଗ, ତାମିଲନାଡୁରେ ସଂରକ୍ଷଣ ୬୯ ଭାଗ ଆରକ୍ଷଣର ବ୍ୟବସ୍ଥା ରହିଛି। ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇ ଏହି ପ୍ରସଙ୍ଗ ଉଠାଇ ପଛୁଆ ବର୍ଗଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ଆରକ୍ଷଣ ଯୋଗାଇ ଦିଅନ୍ତୁ। ଓଡ଼ିଶା ହାଇକୋର୍ଟ ୨୭ ପ୍ରତିଶତ ଆରକ୍ଷଣକୁ ଖଣ୍ଡନ କରିବା ସମୟରେ ସରକାରୀ ଓକିଲ କର୍ଣ୍ଣାଟକ ଏବଂ ତାମିଲନାଡୁର ଆରକ୍ଷଣ ବ୍ୟବସ୍ଥା କଥା ଉଠାଇନଥିଲେ।

ପଛୁଆ ବର୍ଗଙ୍କୁ ସମ୍ବିଧାନ ସମ୍ମତ ୨୭ ପ୍ରତିଶତ ଆରକ୍ଷଣ ନିଯୁକ୍ତି କ୍ଷେତ୍ରରେ, ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ଦିଆଯାଉ। ପଛୁଆ ବର୍ଗର ହିତ ଚାହୁଁଥିଲେ ରାଜ୍ୟସରକାର ସୁପ୍ରିମକୋର୍ଟ ଶୀଘ୍ର ଯାଆନ୍ତୁ ବୋଲି ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ନକଲେ ପେବୃଆରୀ ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି ଓବିସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos