ପରୀକୁ ନ୍ୟାୟ ପାଇଁ ୨୦ରୁ ୫ଦିନ ପଦଯାତ୍ରା କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀକୁ ନ୍ୟାୟ ଦେବା ପାଇଁ ଆସନ୍ତା ୨୦ତାରିଖରୁ ବିଜେପି ୫ଦିନିଆ ପଦଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ସାମ୍ନାରୁ ୫ବର୍ଷୀୟା ଝିଅ ‘ପରୀ’ର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ୫ଦିନ ଧରି ଚାଲିବ। ଏହି ପଦଯାତ୍ରାରେ ସାମିଲ ହେବାକୁ ସମାଜର ସବୁ ବର୍ଗର ସଚେତନ ନାଗରିକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ରାଜ୍ୟର ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, […]

bjp

Ranjit Kumar Jena
  • Published: Friday, 18 December 2020
  • , Updated: 19 December 2020, 04:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀକୁ ନ୍ୟାୟ ଦେବା ପାଇଁ ଆସନ୍ତା ୨୦ତାରିଖରୁ ବିଜେପି ୫ଦିନିଆ ପଦଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ସାମ୍ନାରୁ ୫ବର୍ଷୀୟା ଝିଅ ‘ପରୀ’ର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ୫ଦିନ ଧରି ଚାଲିବ। ଏହି ପଦଯାତ୍ରାରେ ସାମିଲ ହେବାକୁ ସମାଜର ସବୁ ବର୍ଗର ସଚେତନ ନାଗରିକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ରାଜ୍ୟର ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ଓ ସମାଜର ସବୁ କ୍ଷେତ୍ରର ନେତୃତ୍ୱଙ୍କୁ ‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’ରେ ସାମିଲ ହେବାକୁ ନିବେଦନ କରିଛନ୍ତି। ଏହା କେବଳ ପରୀକୁ ନ୍ୟାୟ ନୁହେଁ ବରଂ ଓଡ଼ିଶାର ମାତୃଶକ୍ତି ଓ ଶିଶୁ ସମ୍ପଦର ସୁରକ୍ଷା ପାଇଁ ଆୟୋଜନ ହୋଇଛି ବୋଲି କହିଛନ୍ତି। ପରୀର ହତ୍ୟା ଓ ଅଙ୍ଗଚୋରୀ ଘଟଣାରେ ଦୋଷୀକୁ ଘଂଟ ଘୋଡ଼ାଇବା ପ୍ରୟାସ ଚାଲିଛି। ଯାହାକି ସାଧାରଣ ମାନବିକ ସମ୍ବେଦନା ଓ ଚେତନାକୁ ଗଭୀର ଆଘାତ ଦେଇଛି।

ପରୀ ହତ୍ୟା ମାମଲାରେ ପ୍ରଶାସନର ସ୍ଥାଣୁତା ଯୋଗୁ ପ୍ରକୃତ ଦୋଷୀକୁ ଧରିବାରେ ପ୍ରଶାସନ ବିଫଳ ହୋଇଛି ଓ ମନ୍ତ୍ରୀ ଅରୁଣ ସାହୁ ଦୋଷୀଙ୍କୁ ଘଂଟ ଘୋଡ଼ାଉଥିବା କଥା ମଧ୍ୟ ପଦାକୁ ଆସିଛି। ନାରୀ ସୁରକ୍ଷା ଓ ଶିଶୁ ସୁରକ୍ଷା ଏବେ ରାଜ୍ୟରେ ଚରମ ଅବହେଳାର ଶିକାର ହୋଇଛନ୍ତି। ଗତ ୨ବର୍ଷ ମଧ୍ୟରେ ୫୫୦୦ ଶିଶୁ ନିଖୋଜ ହୋଇଛନ୍ତି। ସେମାନଙ୍କ ମା’ଙ୍କର ଛାତିର କୋହକୁ ଶୁଣିବା ପାଇଁ କି ଆଖିର ଲୁହକୁ ପୋଛିବା ନିମନ୍ତେ ସରକାରଙ୍କ ଆଗ୍ରହ ନାହିଁ କି କିଛି ମଧ୍ୟ ପ୍ରୟାସ ହେଉନି।

ତେଣୁ ଏସବୁ କାରଣରୁ ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ଓ ଅପରାଧୀକୁ ଘଂଟ ଘୋଡ଼ାଇବାର ଅପଚେଷ୍ଟାକୁ ବିରୋଧ କରି ପରୀକୁ ନ୍ୟାୟ ସୁନିଶ୍ଚିତ କରିବା ନିମନ୍ତେ ବିଜେପି ଆସନ୍ତା ୨୦ତାରିଖରୁ ୫ଦିନ ବ୍ୟାପୀ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Related story