‘ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଟିକଟ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମହିଳାଙ୍କୁ ଅସମ୍ମାନ କରିଛନ୍ତି’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜନୀତି ଧିରେ ଧିରେ ସ୍ଵଚ୍ଛତା ଆଡ଼କୁ ଯାଉଛି। ଯେଉଁଠି ଆଜିର ଯୁବପିଢ଼ିମାନେ ରାଜନୀତିକୁ ଆଗ୍ରହ ସହକାରେ ଆସୁଛନ୍ତି। ସେତେବେଳେ ରାଜନୀତିକ ଦଳମାନଙ୍କର ଏକ ବଡ଼ ଦାୟିତ୍ୱ ହେଉଛି ରାଜନୀତିକୁ ନିର୍ମଳ ଆଉ ସ୍ଵଚ୍ଛ ରଖିବା। ରାଜନୀତିରେ ନୀତି ଓ ନୈତିକତାକୁ ଉଚ୍ଚ ସ୍ତରକୁ ନେବା। ନିର୍ବାଚନରେ କିଏ ପ୍ରାର୍ଥୀ ହେବ, କିଏ ସଂସଦ ଓ ବିଧାନସଭାରେ ବସିବ, ତାହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ। ହେଲେ ବିଜୁ ଜନତା ଦଳ ଚଳିତ […]

bjp-mahila-morcha

bjp-mahila-morcha

Manoranjan Sial
  • Published: Saturday, 06 April 2019
  • Updated: 06 April 2019, 05:02 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜନୀତି ଧିରେ ଧିରେ ସ୍ଵଚ୍ଛତା ଆଡ଼କୁ ଯାଉଛି। ଯେଉଁଠି ଆଜିର ଯୁବପିଢ଼ିମାନେ ରାଜନୀତିକୁ ଆଗ୍ରହ ସହକାରେ ଆସୁଛନ୍ତି। ସେତେବେଳେ ରାଜନୀତିକ ଦଳମାନଙ୍କର ଏକ ବଡ଼ ଦାୟିତ୍ୱ ହେଉଛି ରାଜନୀତିକୁ ନିର୍ମଳ ଆଉ ସ୍ଵଚ୍ଛ ରଖିବା। ରାଜନୀତିରେ ନୀତି ଓ ନୈତିକତାକୁ ଉଚ୍ଚ ସ୍ତରକୁ ନେବା। ନିର୍ବାଚନରେ କିଏ ପ୍ରାର୍ଥୀ ହେବ, କିଏ ସଂସଦ ଓ ବିଧାନସଭାରେ ବସିବ, ତାହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ। ହେଲେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ କିଛି ଏପରି ବ୍ୟକ୍ତିବିଶେଷଙ୍କୁ ଟିକଟ ଦେଇଛି ଯେଉଁମାନେ ଜନମାନସରେ ଜଣେ ଜଣେ କଳଙ୍କ। ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ପାର୍ଥୀନି ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା କହିଛନ୍ତି-“ଭୁବନେଶ୍ୱର ମଧ୍ୟ ଆସନରୁ ବିଜୁ ଜନତା ଦଳରୁ ବିଧାୟକ ପାର୍ଥୀ ହୋଇଥିବା ଅନନ୍ତ ଜେନାଙ୍କର ରିଷି ମହାନ୍ତି ନାମକ ଏକ ଇଂଜିନିୟରିଙ୍ଗ ଛାତ୍ରର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିଲା। ଏହାଛଡ଼ା ତାଙ୍କର ଯୌନ ବ୍ୟଭିଚାରର ଏକ ଭିଡିଓ ସାରା ରାଜ୍ୟରେ ମୋବାଇଲକୁ ମୋବାଇଲ ବୁଲୁଥିଲା। ସେହି ଭିଡିଓ ପାଇଁ ରିଷିର ହତ୍ୟା ହୋଇଥିଲା ବୋଲି ସେତେବେଳେ ମୃତ ଛାତ୍ର ରିଷିର ପରିବାର ଅଭିଯୋଗ କରିବା ସହ ନିଜେ ଅନନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲେ।”

ସେ ଆହୁରି କହିଛନ୍ତି-“୩ ଦିନ ତଳେ ଜଣେ ମହିଳା ନଵୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ମହିଳା ଜଣକ କିଏ ? ସେ କାହିଁକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ବାଛିଥିଲେ ? ଉଦଳା ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ଶ୍ରୀନାଥ ସୋରେନ ତାଙ୍କୁ ୨୦୧୪ରେ ଦୁଷ୍କର୍ମ କରିଥିବାର ଅଭିଯୋଗ ସେ ମହିଳା ଜଣଙ୍କ କରିଥିଲେ। ତାଙ୍କୁ ନ୍ୟାୟ ନମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ବାଧ୍ୟ ହୋଇଥିଲେ।”

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି-“ପିପିଲି ଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିଜୁ ଜନତା ଦଳ ପିପିଲିରୁ ନିର୍ବାଚନ ଟିକଟ ଦେଇଛି। ଯେତେବେଳେ ପିପିଲି ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ କ୍ରାଇମବ୍ରାଞ୍ଚ ଜାଣିଶୁଣି ସାହାଯ୍ୟ କରି ତଥ୍ୟ ପ୍ରମାଣ ଉପସ୍ଥାପନା ନକରି ଅଦାଲତରୁ ଖସାଇ ଦେଲା, ସେତେବେଳେ ମନ୍ତ୍ରୀ ପ୍ରଦୀପ ମହାରଥୀ ସତ୍ୟର ଜୟ ହୋଇଛି ବୋଲି କହିଥିଲେ। ବିଧାନସଭା ଭିତରେ ପ୍ରଦୀପ ମହାରଥୀ ବିଜେପିର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ, ଯାହା ସଭ୍ୟ ସମାଜରେ କେହି କାହାକୁ କହି ପାରିବେ ନାହିଁ। ଯେଉଁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲେ ସେ କିପରି ଭାବେ ଏଭଳି ବ୍ୟକ୍ତି ବିଶେଷଙ୍କୁ ଟିକେଟ ଦେଲେ?

ନବୀନ ମହିଳାଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପିର ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର। କହିଛନ୍ତି-“ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତିଙ୍କୁ ଟିକଟ ଦିଆଯାଇଛି। ବିଧାନସଭାର ଜଣେ ମହିଳା ମାର୍ଶାଲକୁ ଅସଦାଚରଣ କରିଥିବାର ଅଭିଯୋଗ ମହେଶ୍ୱର ମହାନ୍ତିଙ୍କ ନାଁରେ ଅଛି। ସେହିପରି ତାଳଚେର ଆସନ ପାଇଁ ବ୍ରଜ ପ୍ରଧାନଙ୍କୁ ନଵୀନ ବାବୁ ଟିକଟ ଦେଇଛନ୍ତି। ଯାହାଙ୍କ ନାଁରେ ସେକ୍‌ସୁଆଲ ହାରାସମେଣ୍ଟର ଅଭିଯୋଗ ଅଛି। ଏବେ ଏହି ମାମଲା ବିଚାରାଧୀନ ଅଛି। ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ସ୍ୱାର୍ଥର କଥା କହିବା ଶହେ ମୂଷା ଖାଇ ବିଲେଇର ତୀର୍ଥ ଯାତ୍ରା ସହ ସମାନ।”

ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି-“ଯେଉଁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲେ ସେ କିପରି ଭାବେ ଏଭଳି ବ୍ୟକ୍ତି ବିଶେଷଙ୍କୁ ଟିକଟ ଦେଲେ? ଯେଉଁମାନେ ମହିଳାଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି, ଯାହାଙ୍କ ନାଁରେ ମହିଳାମାନଙ୍କୁ ଅସଦାଚରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମାନଙ୍କୁ ଟିକେଟ ଦେଇ କି ସନ୍ଦେଶ ଦେବାକୁ ଚାହୁଛନ୍ତି? କଣ ଯିଏ ମହିଳାମାନଙ୍କୁ ଅସଦାଚରଣ କରିବ ସିଏ ପୁରସ୍କୃତ ହେବ, ଏହା ବିଜୁ ଜନତା ଦଳର ଟିକେଟ ଦେବାର ଆଧାର କି ? ଓଡିଶାର ମହିଳା ମାନେ ବିଜୁ ଜନତା ଦଳର ଏ ଦୋମୁହାଁ ନୀତିର ଉଚିତ ଜବାବ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos