ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ବିଜେପି ଆରମ୍ଭ କରୁଛି ବିଜୟ ସଂକଳ୍ପ ଯାତ୍ରା। ରାଜ୍ୟର ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବିଜୟ ସଂକଳ୍ପ ଯାତ୍ରା କରାଯିବ। ୧୭ ତାରିଖ ପର୍ଯ୍ୟନ୍ତ ଦଳର ଏହି କାର୍ଯ୍ୟକ୍ରମ ଚାଲିବ।
ବିଜୟ ସଂକଳ୍ପ ଯାତ୍ରା ମାଧ୍ୟମରେ ରାଜ୍ୟରେ ୫ହଜାର ସାଧାରଣ ସଭା ଓ ସମାବେଶ କରିବ ବିଜେପି। ବିଜୟ ସଂକଳ୍ପ ଯାତ୍ରା ମାଧ୍ୟମରେ ଦଳ ଆଜିଠାରୁ ୨୦୧୯ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବ ବୋଲି କହିଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର।
ଏହି ଯାତ୍ରା ପାଇଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୫ଟି ବିଧାନସଭା ନିର୍ବାଚନ କ୍ଷେତ୍ରର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି, ଗୋପାଳପୁର ଓ ଛତ୍ରପୁରରେ ୨୫୦ଟି ପଥପ୍ରାନ୍ତ ନାଟକ କରି ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ପାଇଁ ଲୋକଙ୍କ ବାର୍ତ୍ତା ଦିଆଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।
ଅନୁଗୋଳ ଜିଲ୍ଲାର କିଶନନଗରରେ ହେବାକୁ ଥିବା ବିଜୟ ସଂକଳ୍ପ ଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।