ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ସୁରକ୍ଷାକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ କରାଯିବ। ରାଜ୍ୟର ୭ଟି ରୁଟ୍‌ରେ ୧୧ଦିନ ଧରି ଏହି ସୁରକ୍ଷା ଯାତ୍ରା କରାଯିବ। ଏହି ୧୧ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି।</p> <p>ମହିଳାଙ୍କ ସମସ୍ୟା, ଅଧିକାର ଓ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ଏହି ସମୟରେ ପ୍ରଦାନ କରାଯିବ। ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ମେ’ ୨୯ତାରିଖ ପର୍ଯ୍ୟନ୍ତ ବିଜେପିର ଏହି ମହିଳା ସୁରକ୍ଷା ଯାତ୍ରା ଚାଲିବ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।