ତିନିମୁହାଣୀ ଛକରେ ଧର୍ମେନ୍ଦ୍ରଙ୍କୁ କଳା ପତାକା ପ୍ରଦର୍ଶନ; ୧୧ ଅଟକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ ଆରମ୍ଭ ହେବା ପୂର୍ବରୁ ଛାତ୍ର କଂଗ୍ରେସ ପକ୍ଷରୁ ତିନିମୁହାଣୀ ଛକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି।

ଧର୍ମେନ୍ଦ୍ର ପ୍ରଧାନ ଗୋ-ବ୍ୟାକ ଭଳି ସ୍ନୋଗାନ ଦେଇ ପ୍ରତିବାଦ ଜଣାଇଛନ୍ତି।  ପୋଲିସ କଂଗ୍ରେସର ୧୧ଜଣ କର୍ମୀଙ୍କୁ ଅଟକ ରଖିଛି।