୫ ବର୍ଷ ହେଲା ନିର୍ବାସନ ଦଣ୍ଡ ଭୋଗୁଛନ୍ତି ହରିହର! ସାହିଭାଇ କରିଛନ୍ତି ବାସନ୍ଦ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ୫ ବର୍ଷ ହେଲା ନିର୍ବାସନ ଦଣ୍ଡ ଭୋଗୁଛନ୍ତି ହରିହର ଜେନା! ଦୋଷ ନକରି ସେ ଭୋଗୁଛନ୍ତି ଦଣ୍ଡ। ଗାଁରୁ ବାସନ୍ଦ ହୋଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ତାଙ୍କୁ କରାଯାଇଛି ବାସନ୍ଦ। ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ସେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ନମିଳିଲେ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ହରିହର। ୫ ବର୍ଷ ତଳେ ଗାଙ୍ଗପୁର ଥାନା ଦିଗୀ […]

Harihar-Jena

Harihar-Jena

Manoranjan Sial
  • Published: Friday, 22 July 2022
  • Updated: 22 July 2022, 07:55 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ୫ ବର୍ଷ ହେଲା ନିର୍ବାସନ ଦଣ୍ଡ ଭୋଗୁଛନ୍ତି ହରିହର ଜେନା! ଦୋଷ ନକରି ସେ ଭୋଗୁଛନ୍ତି ଦଣ୍ଡ। ଗାଁରୁ ବାସନ୍ଦ ହୋଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ତାଙ୍କୁ କରାଯାଇଛି ବାସନ୍ଦ। ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ସେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ନମିଳିଲେ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ହରିହର।

୫ ବର୍ଷ ତଳେ ଗାଙ୍ଗପୁର ଥାନା ଦିଗୀ ଗାଁରେ ଜଣେ ଝିଅର ମୃତ୍ୟୁ ହୋଇଥିଲା। ଝିଅର କାହିଁକି ମୃତ୍ୟୁ ହେଲା? ସେ ସମ୍ପର୍କରେ ଜାଣିବା ପାଇଁ ଗାଁ ଲୋକେ ଖଟବିଦ୍ୟାର ଆଶ୍ରୟ ନେଇଥିଲେ। ତନ୍ତ୍ରମନ୍ତ୍ର ଯୋଗୁ ଝିଅର ମୃତ୍ୟୁ ହୋଇଥିବା ଖଟବିଦ୍ୟାରୁ ଜଣାପଡ଼ିଥିଲା। ଗ୍ରାମର ହରିହର ଜେନା ଗୁଣି କରି ଝିଅକୁ ମାରିଦେଇଥିବା ଗାଁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ଗୁଣିଆ।

ଗୁଣିଆ କଥାକୁ ବିଶ୍ୱାସ କରି ଗାଁ ଲୋକେ ହରିହର ଜେନାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଥିଲେ। ଏଥିସହ ୨ ଲକ୍ଷ ଟଙ୍କା ଜରିମାନା କରିଥିଲେ। ଏତେ ଗୋଡାଏ ଜରିମାନା ଅର୍ଥ ଯୋଗାଡ଼ କରିପାରିଲେନି ହରିହର। ଏଥିପାଇଁ ନିଜର ଅସହାୟତା ପ୍ରକାଶ କରିଥିଲେ। ଏହା ପରେ ଗାଁ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।

ନିଷ୍ପତ୍ତି ଅନୁରେ ହରିହର ପରିବାରକୁ ଗାଁରୁ ତଡିପାର କରିଦିଆଯାଇଥିଲା। କୋଳ ସମାଜରୁ ନିଆଁ ପାଣି ବାସନ୍ଦ ହୋଇଥିବାରୁ ହରିହରଙ୍କ ବଢ଼ିଲା ପୁଅ ଓ ଝିଅଙ୍କ ବିବାହ ହୋଇ ପାରୁନାହିଁ। ବହୁ ଦୁଃଖ କଷ୍ଟରେ ମୂଲ ମଜୁରୀ ଲାଗି ଚଳୁଛନ୍ତି। ଏନେଇ ହରିହର ସ୍ଥାନୀୟ ପୁଲିସ ପାଖରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ନ୍ୟାୟ ପାଇଁ ସେ ଏସ୍‌ପିଙ୍କ ପାଖରେ ଗୁହାରୀ କରିଛନ୍ତି। ନ୍ୟାୟ ନମିଳିଲେ ପତି-ପତ୍ନୀ ଆତ୍ମହତ୍ୟା କରିବୁ ବୋଲି ହରିହର ଚେତାବନୀ ଦେଇଛନ୍ତି।

ଘଟଣା ସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି, ମାମଲାର ତଦନ୍ତ ପାଇଁ ଭଞ୍ଜନଗର ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛି। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos