ବିସ୍ଫୋରଣରେ କାନ୍ଥ ଭାଙ୍ଗି ଛିନ୍‌ଛତ୍ର, ଜଣଙ୍କ ପତ୍ତା ମିଳୁନି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି। ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ ଶ୍ରୀଧର ମହାନ୍ତି। ବିସ୍ଫୋରଣ ପରଠୁ ଶ୍ରୀଧରଙ୍କ ପତ୍ତା ମିଳୁନି। ଅନ୍ୟପକ୍ଷରେ ମଝି ମହଲାରେ ବିହାରର ସୁମିତ ନାମକ ବ୍ୟକ୍ତି ଭଡ଼ାରେ […]

bls

Tapaswini Nayak
  • Published: Thursday, 03 October 2019
  • , Updated: 03 October 2019, 09:43 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି। ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ ଶ୍ରୀଧର ମହାନ୍ତି। ବିସ୍ଫୋରଣ ପରଠୁ ଶ୍ରୀଧରଙ୍କ ପତ୍ତା ମିଳୁନି।

ଅନ୍ୟପକ୍ଷରେ ମଝି ମହଲାରେ ବିହାରର ସୁମିତ ନାମକ ବ୍ୟକ୍ତି ଭଡ଼ାରେ ରହୁଥିଲେ। ତାଙ୍କର କିଛି ଖୋଜଖବର ମିଳି  ନ ଥିବା ବେଳେ  ବିସ୍ଫୋରଣ ସମୟରେ ସେ ଘରେ ଥିଲେ କି ନାହିଁ ସେ ସମ୍ପର୍କରେ ସଠିକ୍‌ ସୂଚନା ହସ୍ତଗତ ହୋଇପାରି ନାହିଁ। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

Related story