ବେଆଇନ ଖଣିରେ ବ୍ଲାଷ୍ଟିଂ ନେଇଗଲା ୨ ଶ୍ରମିକଙ୍କ ଜୀବନ

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାର ଜଲଦାରେ ଥିବା ଏକ ବେଆଇନ ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ ଘଟିଛି। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ &lsquo;ଏ&rsquo; ବ୍ଲକ ମୁଣ୍ଡାବସ୍ତିରେ ରହିଛି ଏହି ବେଆଇନ ଖଣି। ଏଥିରେ ବ୍ଲାଷ୍ଟିଂ ବେଳେ ପଥର ଏବଂ ମାଟି ଅତଡା ୪ ଜଣ ଶ୍ରମିକଙ୍କ ଉପରେ ଖସି ପଡିଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।</p> <p>ଘଟଣା ପରେ ବେଆଇନ୍&zwnj; ଖଣି ଚଳାଉଥିବା ଖଦାନ ମାଲିକ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବେଆଇନ ଖଣି ଚଳାଉଥିବା ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।</p>

Ordigital Desk
  • Published: Thursday, 29 March 2018
  • Updated: 29 March 2018, 01:41 PM IST

Sports

Latest News

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାର ଜଲଦାରେ ଥିବା ଏକ ବେଆଇନ ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ ଘଟିଛି। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ &lsquo;ଏ&rsquo; ବ୍ଲକ ମୁଣ୍ଡାବସ୍ତିରେ ରହିଛି ଏହି ବେଆଇନ ଖଣି। ଏଥିରେ ବ୍ଲାଷ୍ଟିଂ ବେଳେ ପଥର ଏବଂ ମାଟି ଅତଡା ୪ ଜଣ ଶ୍ରମିକଙ୍କ ଉପରେ ଖସି ପଡିଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।</p><p>ଘଟଣା ପରେ ବେଆଇନ୍&zwnj; ଖଣି ଚଳାଉଥିବା ଖଦାନ ମାଲିକ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବେଆଇନ ଖଣି ଚଳାଉଥିବା ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos