ବାଲେଶ୍ୱର: ମଦ ଦୋକାନ ଉପରେ ମହିଳାଙ୍କ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସାରଗାଁ ଛକରେ ଥିବା ଏକ ସରକାରୀ ମଦ ଦୋକାନକୁ ମହିଳାମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଛନ୍ତି । ଏହା ସହ ମହିଳାମାନେ ମଦ ଦୋକାନକୁ ଉଛେଦ ଦାବି କରି  ରାସ୍ତାରୋକ  କରିଥିଲେ। ଗତ ୧୪ ତାରିଖରେ ନିଶାସକ୍ତ ଅବସ୍ଥାରେ ଥିବା ଏକ ବାଇକ୍ ଚାଳକର ଧକ୍କାରେ ସାରଗାଁର କ୍ଷେତ୍ରମୋହନ ସାହୁଙ୍କ ମୃତ୍ୟୁ ହୋଇଥିଲା ବୋଲି ମହିଳାମାନେ ଅଭିଯୋଗ କରିଥିଲେ ।  ଅଭିଯୋଗ ପରେ ସ୍ଥାନୀୟ ମହିଳାମାନେ ଉତ୍ତ୍ୟକ୍ତ ହୋଇ ଏହି ମଦଦୋକାନକୁ ଭଙ୍ଗ।ରୁଜା ସହ ନିଆଁ ଲଗାଇଦେବା ଓ ମଦ ଦୋକାନ ଗୁଡ଼ିକୁ ଉଛେଦ କରିବାକୁ ଦାବି କରିଥିଲେ। ମଦ ଦୋକାନ ନଉଠାଇଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।