ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କୁ ବୋର୍ଡର ତାଗିଦ, ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ ମହଙ୍ଗା ପଡ଼ିବ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ କଲେ ମହଙ୍ଗା ପଡ଼ିବ । ପରୀକ୍ଷା କେନ୍ଦ୍ରରୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ୍ ବାଦ ପଡିପାରେ। ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ କଲେ ଆସନ୍ତା ବର୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପାରେ ମାଧ୍ୟମିକ ଶିକ୍ଷା ପରିଷଦ। ମାଟ୍ରିକ୍ ପରୀକ୍ଷାକୁ ଦୁଇ ଦିନ ଥିବା ବେଳେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଯେଉଁ ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ ବୋର୍ଡ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […]

BOARD

Rakesh Mallick
  • Published: Friday, 19 February 2016
  • , Updated: 20 February 2016, 02:53 AM IST

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ କଲେ ମହଙ୍ଗା ପଡ଼ିବ । ପରୀକ୍ଷା କେନ୍ଦ୍ରରୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ୍ ବାଦ ପଡିପାରେ। ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ମାଟ୍ରିକ୍ ପରୀକ୍ଷାରେ ଅସହଯୋଗ କଲେ ଆସନ୍ତା ବର୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପାରେ ମାଧ୍ୟମିକ ଶିକ୍ଷା ପରିଷଦ। ମାଟ୍ରିକ୍ ପରୀକ୍ଷାକୁ ଦୁଇ ଦିନ ଥିବା ବେଳେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଯେଉଁ ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ ବୋର୍ଡ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ପରୀକ୍ଷାରେ ସହଯୋଗ ନ କଲେ ଆସନ୍ତାବର୍ଷ ସ୍କୁଲଗୁଡିକ ପରୀକ୍ଷା କେନ୍ଦ୍ରରୁ ବାଦ ପଡିବେ। ଏଭଳି କଡା କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ଚିନ୍ତା କରୁଛି। ପରୀକ୍ଷାରେ ସହୟୋଗ କରି ନ ଥିବା ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଚଳିତବର୍ଷ ୨,୮୮୨ଟି ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିରୁ ୧୬୨ଟି ବ୍ଲକଗ୍ରାଣ୍ଟ ସ୍କୁଲ ରହିଛି। ଏଣେ ପରୀକ୍ଷା ପରିଚାଳନା ସହଯୋଗ କରିବାକୁ ସରକାର ଆନ୍ଦୋଳନରତ ଶିକ୍ଷକଙ୍କୁ ନିବେଦନ କରିଛନ୍ତି।

ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି, ସାଢ଼େ ୬ ଲକ୍ଷ ପିଲା ପରୀକ୍ଷା ଦେଉଛନ୍ତି। ଏହାକୁ ଗୁରୁତର ସହ ସରକାର ନେଇଛନ୍ତି। ଶିକ୍ଷକମାନେ ମଧ୍ୟ ଏହାକୁ ଗୁରୁତର ସହା ନେଇ ଉଚିତ। ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ବି ସହଯୋଗ କରିବେ ବୋଲି ମୁଁ ଆଶା କରୁଛି।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦକ୍ଷପ୍ରସାଦ ନନ୍ଦ କହିଛନ୍ତି, ବ୍ଲକଗ୍ରାଣ୍ଟ ସ୍କୁଲଗୁଡିକରେ ପରୀକ୍ଷା କେନ୍ଦ୍ର କରାଯିବ ନା ନାହିଁ ସେ ନେଇ ଚିନ୍ତା କରିବାକୁ ପଡିବ। ଆବଶ୍ୟକ ପଡିଲେ କେନ୍ଦ୍ର ହୋଇ ନ ପାରେ। ଚାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯାହା ଭଲ ଓ ରାଜ୍ୟ ସରକାର ଯାହା ସ୍ଥିର କରିବେ ସେହି ଅନୁସାରେ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରହିଛି। ଆସନ୍ତାକାଲି ମହାସଂଘ ପକ୍ଷରୁ ସଚିବାଳୟ ଘେରାଉ ଯୋଜନା ରହିଛି। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର ଶିକ୍ଷକ ସଂଘ ମିଳିତ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି।

ପରୀକ୍ଷାରେ ସହଯୋଗ ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ ପରିଚାଳନାରେ ଶିକ୍ଷକମାନଙ୍କୁ ସହଯୋଗ କରିବାକୁ କହିଛନ୍ତି। ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ୧୦ ତାରିଖରେ ହେବ। ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ବଜାଇ ରଖିବାକୁ ଡିଜିପିଙ୍କୁ କୋର୍ଟ ନିର୍ଦ୍ଦଶ ଦେଇଛନ୍ତି।

ମାଟ୍ରିକ ପରୀକ୍ଷାକୁ ଆଉ ଦୁଇଦିନ ଥିବା ବେଳେ ପରୀକ୍ଷାର ପ୍ରଥମ ୩ଦିନ ଲାଗି ଓଏମଆର ସିଟ୍ ଓ ପ୍ରଶ୍ନପତ୍ର ସମସ୍ତ ନୋଡାଲ ସେଣ୍ଟରରେ ପହଞ୍ଚିଛି। ତେବେ ଶୀଘ୍ର ପରୀକ୍ଷା କେନ୍ଦ୍ରଗୁଡିକରେ ଏହି ଓଏମଆର ସିଟ୍‌ ଓ ଆଟେଣ୍ଡାନ୍ସ ସିଟ ପହଞ୍ଚିଯିବ। କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଓଏମଆର ସିଟ୍‌ ପ୍ୟାକେଟ ପାଇବା ମାତ୍ରେ ସେଗୁଡିକ ଖୋଲି ନିଜ ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀଙ୍କ ସଂଖ୍ୟା ସହିତ ମିଳାଇ ନେବା ଆବଶ୍ୟକ ବୋଲି ବୋର୍ଡ ସଭାପତି କହିଛନ୍ତି। ଯଦି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ନ ହେଲେ ବୋର୍ଡ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ୨୫ଟି ଓ ପ୍ରତି ନୋଡାଲ ସେଣ୍ଟରରେ ୩ଶହ ଅତିରିକ୍ତ ଓଏମ୍‌ଆର ସିଟ୍‌ର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।

Related story