୩୯୪ କୋଟି ୫୯ ଲକ୍ଷ ୨୮ ହଜାର ୯୨୩ ଟଙ୍କାର ବିଏମ୍‌ସି ବଜେଟ୍‌ ଆଗତ

୨୦୧୭-୧୮ ବର୍ଷ ପାଇଁ ଆଗତ ହୋଇଛି ବିଏମ୍‌ସି ବଜେଟ୍‌ । ସମୁଦାୟ ୩୯୪ କୋଟି ୫୯ ଲକ୍ଷ ୨୮ ହଜାର ୯୨୩ ଟଙ୍କାର ବଜେଟ୍‌ ଆଗତ ହୋଇଛି । ଯାହା ଚିଠା ବଜେଟ୍‌ ଠାରୁ ପ୍ରାୟ ୧୦ କୋଟି ଟଙ୍କା ଅଧିକ ବଜେଟ୍‌ ଆଗତ ହୋଇଛି । ବିଶେଷ କରି ଅନୁନ୍ନତ ୱାର୍ଡରେ ଅଧିକ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ବଜେଟରେ ବସ୍ତିର ଉନ୍ନତି ସହ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ଦିଆଯାଇଛି […]

bmc

bmc

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 09:03 PM IST

Sports

Latest News

୨୦୧୭-୧୮ ବର୍ଷ ପାଇଁ ଆଗତ ହୋଇଛି ବିଏମ୍‌ସି ବଜେଟ୍‌ । ସମୁଦାୟ ୩୯୪ କୋଟି ୫୯ ଲକ୍ଷ ୨୮ ହଜାର ୯୨୩ ଟଙ୍କାର ବଜେଟ୍‌ ଆଗତ ହୋଇଛି । ଯାହା ଚିଠା ବଜେଟ୍‌ ଠାରୁ ପ୍ରାୟ ୧୦ କୋଟି ଟଙ୍କା ଅଧିକ ବଜେଟ୍‌ ଆଗତ ହୋଇଛି । ବିଶେଷ କରି ଅନୁନ୍ନତ ୱାର୍ଡରେ ଅଧିକ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ବଜେଟରେ ବସ୍ତିର ଉନ୍ନତି ସହ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ମଧ୍ୟ ଦିଆଯାଇଛି ଗୁରୁତ୍ୱ । ଭିତ୍ତିଭୂମି ପାଇଁ ୬୮ କୋଟି ୩୩ଲକ୍ଷ ୧୨ ହଜାର ୧୪୪ ଟଙ୍କା ଖର୍ଚ୍ଚ କରାଯିବ । ରକ୍ଷଣାବେକ୍ଷଣ ପାଇଁ  ସର୍ବାଧିକ ୧୦୧ କୋଟି ୪୧ ଲକ୍ଷ ୬୨ ହଜାର ୬୨୫ ଟଙ୍କା ବ୍ୟୟ ଅଟକଳ ରହିଛି । ସେହପରି ପ୍ରତି ୱାର୍ଡରେ ଦେଢକୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି । ବିଶେଷକରି  ସାଲିଆସାହି ବସ୍ତି ସମେତ ଅନ୍ୟ ବସ୍ତିଗୁଡିକ ଲାଗି ବଜେଟରେ ବଳକା ଅର୍ଥ ରଖାଯାଇଥିବା ବେଳେ ସତ୍ୟନଗରଠାରେ ହେବାକୁ ଥିବା ବିଏମସିର ନୂଆ କାର୍ଯ୍ୟାଳୟ ପାଇଁ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି । ଏହି ବଜେଟ୍‌କୁ  କର୍ପୋରେଟରମାନେ ସ୍ୱାଗତ କରିଥିବା ବେଳେ ଆପାତକାଳୀନ ପାଣ୍ଠି  ଓ ଦଶହରା ସମୟରେ ପରିସ୍କାର ପରିଚ୍ଛନ୍ନତା,ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି କର୍ପୋରେଟର୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos